ବାଣ ତିଆରି ବେଳେ ବିସ୍ପୋରଣ ଘଟି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳାଆପଲ୍ଲୀ ଗ୍ରାମପଞ୍ଚାୟତର କଇଠଜା ଗ୍ରାମରେ ଘଟିଛି ଅଘଟଣ । ସୂଚନାଯୋଗ୍ୟ ଯେ, ବାଣ ତିଆରି ବେଳେ ବିସ୍ପୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ହାତ ଓ ଗୋଡ । ଯୁବକ ଜଣକ ହେଲେ ପିଣ୍ଟୁ ପଲେଇ । ମେଡ଼ିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ବିସ୍ଫୋରଣରେ ଘର ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.