ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ – ୨୦୨୫ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜୟ ଶଙ୍କର ସେବାଶ୍ରମ, ବେଲସରାଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ “ଉତ୍ସାହ – ୨୦୨୫” ପ୍ରତିଯୋଗିତା ସୁନ୍ଦରଗଡ଼ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନର ରହୁଥିବା ଶିଶୁମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌.ପି. ମହେନ୍ଦ୍ରନାଥ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କାରାଗାର ଅଧିକ୍ଷକ ଜୀବନ ସିଂ ମୁଣ୍ଡା, ସାଇବର କ୍ରାଇମ ବିଶେଷଜ୍ଞ ମୁକେଶ ସାହାଣୀ, ପୋଲିସ ନିରୀକ୍ଷକ ଇନଚାର୍ଜ ଟାଙ୍ଗରପାଲି ଥାନା ଆଦି ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସାଇବର କ୍ରାଇମ ବିଷୟରେ ସଚେତନ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଦୌଡ଼, ଫୁଟବଲ, ଚେସ, କେରମ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମେ ସ୍ଥାନ ଗ୍ରହଣ କରିଥିବା ଶିଶୁମାନେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଣ୍ଡିଅମରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଶିଶୁ ମଙ୍ଗଳ କମିଟିର ସଭ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା, ଚାଇଲଡ ଲାଇନର କାର୍ଯ୍ୟକର୍ତ୍ତାଗଣ ତଥା ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କର କର୍ମଚାରୀ ବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପାଖାପାଖି ୧୫୦ ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.