ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ମାସିକ କବିତା ଆସର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟରେ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ, ସମ୍ପାଦକ ସୋମନାଥ ସାହୁ, ନିରଞ୍ଜନ ତ୍ରିପାଠୀ, ଶରତ ମହାପାତ୍ର, ବାସନ୍ତିଲତା ସ୍ୱାଇଁ, ବିନୋଦିନୀ ନାୟକ, ଶୈଳବାଳା ପାଣିଗ୍ରାହୀ, ଉମାକାନ୍ତ ବେହେରା, ଯତିରାଜ ନାୟକ, ବଳରାମ ପଲେଇ, ଟି. ରାମାନୁଜ ଦାସ, ବିଜୟ ରାଉଳ, ଜି. ପାପା ରାଓ, ସନ୍ତୋଷ କୁମାର ଦାସ, ଚିତ୍ତରଞ୍ଜନ ପଣ୍ଡା, ରାମଚନ୍ଦ୍ର ନନ୍ଦ, ନରେନ୍ଦ୍ର ପଣ୍ଡା, ମାଗୁଣି ଚରଣ ଶତପଥୀ, ଦୁର୍ଗା ଚରଣ ପଲାଇ, ତ୍ରିନାଥ ସାହୁ ଯୋଗଦେଇ ସ୍ୱରଚିତ କବିତା ପଠନ କରିଥିଲେ । ଭାରତୀୟ ସଂସ୍କୃତିରେ ଆଲୋକର ପର୍ବ ଦୀପାବଳିର ବିଶେଷତ୍ୱ ଏବଂ ଓଡ଼ିଆ ସଂସ୍କୃତିରେ ଏହାର ପ୍ରଭାବ ବିଷୟରେ ସଭାପତି ଏବଂ ପ୍ରାକ୍ତନ ବିଧାୟକ ବିଶେଷ ଆଲୋକପାତ କରିଥିଲେ । କବୟିତ୍ରୀ ବସନ୍ତି ସ୍ୱାଇଁ କବିତା ସଂଯୋଜନା କରିଥିଲେ ଏବଂ ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.