ଡଙ୍ଗରପଡ଼ା କ୍ଲଷ୍ଟରର ଚତୁର୍ଥ ମାସିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା କ୍ଲଷ୍ଟରର ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପିପଲପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଶିକ୍ଷକ ଭାବେ ସିଆର୍‌ସିସି ସତ୍ୟ ନାରାୟଣ ସେନାପତି ଯୋଗଦେଇ ଅକ୍ଟୋବର ମାସର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ବୈଠକରେ କ୍ଲଷ୍ଟରର ୮ଟି ବିଦ୍ୟାଳୟରୁ ୭ଜଣ ପ୍ରଧାନ ଶିକ୍ଷକ ଏବଂ ୭ଜଣ ଏଫ୍‌ଏଲ୍‌ଏନ୍ ଶିକ୍ଷକ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷକ ରାଧାମୋହନ ମିଶ୍ର ଓ ହିମାଂଶୁ ଶେଖର ନାଗ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଦର୍ଶ ଶିକ୍ଷାଦାନ କରିଥିଲେ । ଏହି ବୈଠକ ସମୟରେ ସହ ଶିକ୍ଷା ଅଧିକାରୀ କବିରାଜ ମାଝୀ ପରିଦର୍ଶନ କରି ବୈଠକର ମୁଖ୍ୟ ଉଦ୍ଦେଶ୍ୟ କହିଥିଲେ । ଶେଷରେ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.