mahavir

ସଙ୍କୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଓ ବୁଦ୍ଧିଜୀବୀ ସଂଗୋଷ୍ଠୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ସଙ୍କୁଳ ସ୍ତରୀୟ ବିଦ୍ଵତ ପରିଷଦ ଆଲୋଚନା ଚକ୍ର ଓ ବୁଦ୍ଧିଜୀବୀ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି । ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ଲୋଇସିଂହା ସଙ୍କୁଳ ସଂଯୋଜକ ଶିବ ବାରିକ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ କାହ୍ନୁଚରଣ ଦର୍ଜୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ବିଇଓ ଦିଲିପ ପାଠୀ ଯୋଗଦେଇ ସାମାଜିକ ସମରସତା, ସ୍ଵବୋଧ କୁଟୁମ୍ବ ପ୍ରବୋଧନ ଉପରେ ଆଲୋକପାତ କରିଥିଲେ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାର ପରିଚାଳନା ସମିତି ସଭାପତି ବଂଶୀଧର କାଲସାଏ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ପଟେଲ, ବିମଳ ଚରଣ ହୋତା, ସଦାନନ୍ଦ ସାହୁ, ଉମାକାନ୍ତ ପଟେଲ କୃପାସିନ୍ଧୁ ନାୟକ, ଗୌର ନିତାଇ ପଥରୀମାଳି, ସୁବାସ ସାହୁ, ଧର୍ମସିଂହ ମିଶ୍ର, ଯୋଗିନ୍ଦ୍ର ଦାଶ, ହିମାଂଶୁ ସାହୁ, ସରୋଜ କୁମାର ପଧାନ, ରାମ ଗୋପାଳ ମଲ୍ଲିକ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ସଙ୍କୁଳର ୭ଟି ଯାକ ବିଦ୍ୟାଳୟର ବିଦ୍ୱାନ ଗୁଣି ଜ୍ଞାନୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । କୁଶଙ୍ଗ ପ୍ରଧାନ ଆଚାର୍ଯ୍ୟ ଭାଗ୍ୟଦତ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଚାଳନା ସମିତି ଉପ ସଭାପତି ମୁକୁନ୍ଦ ନାରାୟଣ ସିଂହଦେଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.