ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡ଼. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବବିତା ବେହେରା, ଟାଇଲ ଚନ୍ଦ୍ର ଭୋଇ ଓ ଅବସର ପ୍ରାପ୍ତ ଅଧ୍ୟାପକ ମୀନକେତନ ବେହେରା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବୈଠକରେ ୮୫ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିବା ବେଳେ ଜ୍ୟୋତିର୍ମୟୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ନବମ ଓ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ଫଳାଫଳ ଘୋଷଣା କରି, ଛାତ୍ରଛାତ୍ରୀଙ୍କ ଆସନ୍ତା ବାର୍ଷିକ ପରୀକ୍ଷା ନିମନ୍ତେ ପାଠପଢ଼ାରେ ଉନ୍ନତି କିପରି ହେଇପାରିବ ତା ବିଷୟରେ ଆଲୋକପାତ କରିଥିଲେ । ଅଭିଭାବକମାନେ ବିଭିନ୍ନ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ । ସୁଦାମ ପାଣ୍ଡେ, ଲଲିତ କୁମାର ବିଶ୍ଵାଳ, ରଜତ କୁମାର ସାହୁ, ନିରୁପମା ସାହୁ, ଛବିଳ ସେଠ୍, ଶିବମ ନାୟକ, ମନୋଜ କୁମାର ସାହୁ, ସ୍ଵାଧୀନ ସହଯୋଗ କରିଥିଲେ ଏବଂ ୟଶୋବନ୍ତ ସାହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.