ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଓରମାସ ମିଳିତରେ ଡିଆରଡିଏ ସମ୍ମୁଖରେ ଦୀପାବଳି ଷ୍ଟଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଆରଡିଏ ସମ୍ମୁଖରେ ଜିଲ୍ଲା ପ୍ରଶାସନ ଓ ଓରମାସ ମିଳିତରେ ଆଲୋକ ପର୍ବ ଦୀପାବଳୀ ଅବସରରେ ଦୀପାବଳି ଷ୍ଟଲଟି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା ଓ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସଙ୍କ ସହଯୋଗରେ ଉଦ୍ଘାଟିତ ହୋଇଯାଇଛି । ପୁଇନ୍ତଳା ବ୍ଲକ ମଳମୁଣ୍ଡ। ଟେରାକୋଟା ଉତ୍ପ।ଦକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ଷ୍ଟଲ ଖୋଲା ଯାଇଛି । ଟେରାକୋଟା ଏସ ଏଚ ଜି ମହିଳାଙ୍କ ଦ୍ଵାରା ପ୍ରସ୍ତୁତି ଦୀପ ଏବଂ ଅନ୍ୟ ଦୀପାବଳି ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଏହି ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲଟି ଆସନ୍ତା ଅକ୍ଟୋବର ୨୧ ପର୍ଯ୍ୟନ୍ତ ଖୋଲା ରହିବ । ଜନସାଧାରଣ ବହୁ ମାତ୍ରା ଆସି ଏହି ଷ୍ଟଲର ଟେରାକୋଟା ପ୍ରସ୍ତୁତି ସାମଗ୍ରୀ କିଣି କାରିଗରମାନଙ୍କ ଆର୍ଥିକ ବିକାଶରେ ସହାୟକ ହେବ । ଏହି ଅବସରରେ ଓରମାସ ଓ ଡିଆରଡିଏର ମଳୟ ସାହାଣୀ, ଶୁକଦେବ ଦାଶ, ଗୌର ରଣା, ରାଜେନ୍ଦ୍ର ତ୍ରିପାଠୀ, ମକାରୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.