ମାୟାବର୍ହା ହାଇସ୍କୁଲରେ ବିଶ୍ଵ ହାତ ଧୁଆ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସୁସ୍ଥ ଜୀବନ ଯାପନ ପାଇଁ ହାତ ଧୋଇବାର ଗୁରୁତ୍ଵ ବିଷୟରେ ଧାରଣା ଦେଇଥିଲେ । ମାୟାବର୍ହା ଉପସ୍ୱାସ୍ଥ୍ୟ କେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ୱାସ୍ଥ୍ୟ ଅଧିକାରୀ ପୌରବୀ କର୍ମୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ହାତ ଧୋଇବାର ବିଭିନ୍ନ ସୋପାନ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ସ୍କାଉଟ ଛାତ୍ର ଓ ଜୁନିଅର ରେଡକ୍ରସ ଛାତ୍ରୀମାନେ ସୋପାନ ଅନୁସାରେ ହାତ ଧୋଇବା ଅଭ୍ୟାସ କରିଥିଲେ । ଶେଷରେ ସ୍କାଉଟ ମାଷ୍ଟର ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.