mahavir

ଡଙ୍ଗରପଡ଼ାରେ କ୍ଲଷ୍ଟର ସ୍ତରୀୟ ଶିଶୁ ‘ସୁରଭି’ ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ଯିବା ପାଇଁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି ଭାବରେ ଡଙ୍ଗରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାମୋହନ ମିଶ୍ର ଏବଂ ଆବାହକ ଭାବରେ ସିଆର୍‌ସିସି ସତ୍ୟ ନାରାୟଣ ସେନାପତି କାର୍ଯ୍ୟ ନିର୍ବାହ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବା ବେଳେ ଧଣ୍ଡମାଲ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଞ୍ଜୁ ଶିକା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥିଙ୍କ ମଧ୍ୟରେ ଧଣ୍ଡାମଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଯୋଶୀ, ଶିକ୍ଷାବିତ୍ ସୁଶାନ୍ତ ସାହୁ, ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ନାଗ, ପଞ୍ଚୁ ଭୋଇ, ସୁଜ୍ଞାନ ସେଠ, ବିଧାନ ସେଠ, ନିକୁଞ୍ଜ ହରପାଲ୍, ହିରଣ୍ମୟୀ ସୁନା, ଗୀତାଞ୍ଜଳି ମଲ୍ଲିକ, ଭୋଲାନାଥ କ୍ଷେତି ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବରେ ନିତେଇ ବେମାଲ, ରାଧେଶ୍ୟାମ ପଧାନ, ପ୍ରମୋଦ କର୍ମୀ, ଆକୁକ ପାଧନ, ସୋମନାଥ ତରିଆ, ଉର୍ମିଳା ଖୁଜୁର, କଣ୍ଡୁରି ରାଉତ, ଶର୍ମିଷ୍ଠା ଆଚାର୍ଯ୍ୟ, ଜ୍ୟୋତି ହରପାଲ, ମାନସ ନାଥ, ବିବେକାନନ୍ଦ ବାଗ, ଯଶୋବନ୍ତ ଦୀପ ଦାୟିତ୍ୱ ତୁଲାଇଥିଲେ । ଶିକ୍ଷକ ଦୟାନିଧି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.