ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି)ର ନିରୀକ୍ଷଣ କର୍ତ୍ତୃପକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଜଷ୍ଟିସ ଏ. କେ. ପଟ୍ଟନାୟକ ସୁନ୍ଦରଗଡର ୫ ଦିନିଆ ଗସ୍ତରେ ଆସିଛନ୍ତି । ଏହି ଗସ୍ତରେ ସେ ଓମ୍ବାଡସି ପାଣ୍ଠି ବିନିଯୋଗରେ ଖଣି ଅଞ୍ଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ଜଳ ସଂରକ୍ଷଣ ଆଦିର ବିକାଶ ଦିଗରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରୁଛନ୍ତି ତଥା ଏହା ଦ୍ୱାରା ଉକ୍ତ ଅଂଚଳର ଲୋକମାନଙ୍କ ଜୀବନ ଜୀବିକା ଉପରେ କିପରି ପ୍ରଭାବ ପକାଉଛି ସେ ବିଷୟରେ ମଧ୍ୟ ସ୍ଥାନୀୟ ଲୋକମାନଙ୍କ ସହିତ ପଚାରି ବୁଝିଥିଲେ । ଗସ୍ତର ୨ୟ ଦିବସରେ କୁତ୍ରା ହାଇସ୍କୁଲରେ ନିର୍ମାଣଧୀନ ଅତିରିକ୍ତ କ୍ଲାସରୁମ, ଶୌଚାଳୟ, ପାେଚେରୀ ବିଦ୍ୟାଳୟ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏହା ସହିତ କୁନମୁର ଠାରେ ଛତୁ ସ୍ୱାନ୍ ଉତ୍ପାଦନ ୟୁନିଟ ଅଂଚଳ, କ୍ରେଚସେଣ୍ଟର ଆମ କଳିକା କେନ୍ଦ୍ର ପରିଦର୍ଶନ କରିଥିଲେ । ସେହିପରି କୁଆରମୁଣ୍ଡା ଅଂଚଳର ନିର୍ମାଣାଧୀନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ ଏହି ପ୍ରକଳ୍ପ ଯୋଗୁଁ କୁଆରମୁଣ୍ଡା ଓ ନୂଆଗାଁର ୨୦୧ ଗାଁ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଛେଣ୍ଡ ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ମଧ୍ୟ ପରିଦର୍ଶନ କରି ଏହାର ଖେଳାଳୀ ମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହି ଗସ୍ତରେ ଡିଏମ୍ଏଫ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଓମ୍ବାଡସି ଜିଲ୍ଲା କାର୍ଯ୍ୟାଳୟ ମହାପ୍ରବନ୍ଧକ ଜୟନ୍ତ ଦାସ, ଅମ୍ବୁଜ ପ୍ରସାଦ, ଜଗନ୍ନାଥ ମିଶ୍ର, ଇଂ ୱାସିମ ଏହମଦ, ଡେପୁଟି ଡାଇରେକ୍ଟର ଉଦ୍ୟାନ ବିଭାଗ ସୁକାନ୍ତ ନାୟକ ଉପସ୍ଥିତ ଥିଲେ ।
Prev Post