oom

ରୁଗୁଡିପଡା ଉଚ୍ଚ ପ୍ରାଥମିକ ସ୍କୁଲର ପୁରାତନ ବିଦ୍ୟାର୍ଥୀ ମାନଙ୍କ ମୋ ସ୍କୁଲ ଯୋଜନାର ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ରୁଗୁଡିପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୮୯ ବ୍ୟାଚର ପୁରାତନ ବିଦ୍ୟାର୍ଥୀ ମାନେ ଏକତ୍ରିତ ହୋଇ ନିଜକୁ ମଣିଷ କରି ଗଢି ତୋଳିଥିବା ବିଦ୍ୟାମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେଇଥିଲେ । ବିଦ୍ୟାଳୟର ସୁସଜ୍ଜିକରଣ, ପରିବେଶ ନିର୍ମାଣ, ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସହାୟତା ପ୍ରଦାନ, ଶୈକ୍ଷିକ ବାତାବରଣକୁ ସୁଦୃଢ କରିବା, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ପୁରାତନ ବିଦ୍ୟାର୍ଥୀମାନେ ଆଲୋଚନା କରିବା ସହ ଭବିଷ୍ୟତରେ ତାହା କିପରି କାର୍ଯ୍ୟାନ୍ୱୟନ ହେବ ସେଥିପ୍ରତି ଆଲୋଚନା କରିଥିଲେ । ମାନସ ମହାନ୍ତିଙ୍କ ପରିଚାଳିତ ସଭାରେ ଛାତ୍ର ଆଶୁତୋଷ ମହାନ୍ତି, କଲ୍ୟାଣ ସାହାଣୀ, ରାଜେଶ ମିଶ୍ର, ସନ୍ତୋଷ ପଧାନ, ରଞ୍ଜିତ ମିଶ୍ର, ଦୀପକ ନନ୍ଦ, ସନ୍ତୋଷ ପ୍ରଧାନ, ଭାଗବତ ଜାଲ, ବିଜେଶ ଘଡେଇ, ଅଭିନାଶ ମହାପାତ୍ର, ମହେଶ ଚୌଧୁରୀ, ଶଙ୍କର ମେହେର, ବିଦ୍ୟାଧର ସିଂ, ହରେରାମ ଭାଟି, କେଶବ ଷାଣ୍ଢ ପ୍ରମୁଖ ପୁରାତନ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.