ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗ୍ରଣୀ ସମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ଆନ୍ରୁୂଲ୍ୟରେ ବଲାଙ୍ଗିର ସ୍ଥିତ ଆର୍ଯ୍ୟ ସମାଜ ମନ୍ଦିର ପରିସରରେ ବିଶିଷ୍ଟ ଦାର୍ଶନିକ ବେଦ ବିଦ୍ୱାନ ବ୍ରଜ ବିହାରୀଙ୍କ ୧୦୫ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କିଶୋର ପାଣିଗ୍ରାହୀ, ଅଧିବକ୍ତା ଜୟକୃଷ୍ଣ ସାହୁ, ସମ୍ବାଦିକ ଅଖିଳ ଚନ୍ଦ୍ର ହୋତା, ସାମାଜିକ କର୍ମୀ ଅଶୋକ ମିଶ୍ର ପ୍ରମୁଖ ଅତିଥି ବକ୍ତା ଭାବେ ଯୋଗ ଦେଇ ବେଦବିଦ୍ୱାନଙ୍କ ସାହିତ୍ୟ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ସାହିତ୍ୟ ସଭାରେ ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ସାହିତ୍ୟିକ ସନାତନ ଠାକୁର ବ୍ରଜ ବିହାରୀଙ୍କ ଚିତ୍ରପଟ୍ଟରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପଜ୍ଜ୍ୱଳନ ଜରିଥିଲେ । ଏହି ଅବସରରେ ପରିଷଦର ତ୍ରୈମାସିକ ମୁଖପତ୍ର ସୁଭାଷ ଚିନ୍ତନ ଦଶମ ସଂଖ୍ୟାକୁ ଅତିଥିମାନେ ଅନାବରଣ କରିଥିଲେ । ଅଶୋକ ମିଶ୍ର ପୁସ୍ତକକୁ ସମୀକ୍ଷା କରିଥିବା ବେଳେ ସାହିତ୍ୟିକ ସଂଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବର୍ଣ୍ଣାଢ୍ୟ ସାହିତ୍ୟ ସମାବେଶରେ ସହରର ବହୁ ସାହିତ୍ୟିକ, ସାମାଜିକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ବ୍ରଜ ବିହାରୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ ।