ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଏସ୍‌ଏସ୍‌ଓ ସୁଶାନ୍ତ ମହାକୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥି ଓ ଏବିଡିଓ ରୁଦ୍ରପ୍ରସାଦ ସୁନା, ବ୍ଲକ ଉପାଧ୍ୟାକ୍ଷା ନିରୁପମା ପଧାନ, ବିଇଓ ଶ୍ୟାମ ମେହେର, ଏମ୍‌ଏଲ୍‌ଏ ପ୍ରତିନିଧି ରିଙ୍କୁ ସାହୁ (ଲୁକା ) ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ । ପରିବର୍ତ୍ତନଶୀଳ ବିଶ୍ୱରେ ବୃଦ୍ଧବ୍ୟକ୍ତି ମାନଙ୍କର ଆବଶ୍ୟକତା ଓ ନମନୀୟତା ସମ୍ପର୍କରେ ଅତିଥି ମା ନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର ୨୫ଟି ହାଇସ୍କୁଲର ୪୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏପିଇଓ ଜଗତଜିତା ସେଠି ମଞ୍ଚ ପରିଚାଳନା କରିଥିଲେ । ତାଙ୍କୁ ପରିଚାଳନାରେ ଓଏଲ୍‌ଏମ୍‌ ସୋନାଲି ଆଚାର୍ଯ୍ୟ ସହଯୋଗ କରିଥିଲେ । ବ୍ଲକର ବହୁ ଅଧିକାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.