ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ବିଶ୍ଵ ନେତ୍ର ସ୍ୱଚ୍ଛତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ (ହିଞ୍ଜିଳିକାଟୁ) ଆନୁକୂଲ୍ୟରେ ବିଶ୍ଵ ନେତ୍ର ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆୟୋଜିତ ଏକ ରାଲିକୁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସବୁଜ ପତାକା ଦେଖାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସକାଳେ ପ୍ରଭାତ ଫେରି ମାଧ୍ୟମରେ ସହର ପରିକ୍ରମା ହୋଇ ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗ ରୁମ୍ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ଦୃଷ୍ଟି ଶକ୍ତି ଉପରେ ଧ୍ୟାନ ଦେଇ ନେତ୍ର ସ୍ୱଚ୍ଛତା ଉପରେ ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.