ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଗ୍ରାମରେ ଶ୍ରୀମଦ୍ ଭାଗବତ କଥାମୃତ ମହୋତ୍ସବ ଆରମ୍ଭ ହୋଇଛି । ଭାଗବତ ସେବା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବା ଏହି କଥାମୃତ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ଆଳତୀ, ଭାଗବତ ପଠନ ସହିତ ପ୍ରବଚନ ଅନୁଷ୍ଠିତ ହେବ । ପୁରୁଷୋତ୍ତମ ଦାସ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ଭୁବନେଶ୍ୱର ଆପିକଲ ଉପ ନିର୍ଦ୍ଦେଶକ କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ସମେତ ସୁରେନ୍ଦ୍ର ଭୋଇ (ପାଙ୍କେଲ), ଉଦ୍ଧବ ତ୍ରିପାଠୀ (ବଲାଙ୍ଗିର), ଦୀପ୍ତି ସିଂ (ଭଟିଗାଁ), ମାନଭଞ୍ଜନ ଦାସ ମହାରାଜ (ରେଙ୍ଗାଲି ମଠ), ମନ ରଞ୍ଜନ ବାଗ (କନ୍ତପାଲି) ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଯାପନୀ ଦିବସରେ ସାଧୁ ସେବା ସହିତ ପ୍ରସାଦ ସେବନ ହେବ । ଏଥିରେ କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ତ୍ରିପାଠୀ, ସମ୍ପାଦକ ସମ୍ପତ୍ତି ପଧାନ, ସହ ସମ୍ପାଦକ ଜବଦୁ ପଧାନ, କୋଷାଧ୍ୟକ୍ଷ ସୁବଳ ସାହୁ, ସଭ୍ୟ ପ୍ରେମାନନ୍ଦ ପଧାନ, ସମ୍ପତ୍ତି ମନହୀରା, ସୁନ୍ଦର ପଧାନ, ଶିବ ଶଙ୍କର ସାହୁ, ଲାଲୁ ମିଶ୍ର, ବିରଞ୍ଚି ମିଶ୍ର, ମହେନ୍ଦ୍ର ମିଶ୍ର, କୁଞ୍ଜବନ ପଧାନ ରହିଛନ୍ତି ।
Prev Post