ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସ୍କାଉଟ ଆଣ୍ଡ ଗାଇଡ ତରଫରୁ ରାଉରକେଲା ରେଲୱେ ଷ୍ଟେସନ ଠାରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍କାଉଟ କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଓଡିଆ ବିଭାଗର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଉପଲକ୍ଷେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି କବି କୁଞ୍ଜବିହାରୀ ରାଉତ ସ୍ୱଚ୍ଛତା ଓ ଉଭୟ ମହାମନିଷୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଗାଇଡ୍ କମିଶନର ଭାବେ ନୂତନ ଦାୟିତ୍ଵ ଗ୍ରହଣ କରିଥିବା ସୌଦାମିନୀ ମୁଦାଲି ତାଙ୍କ ବକ୍ତବ୍ୟରେ ଏଭଳି ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ କହିଥିଲେ । ଏହି ଅବସରରେ ଷ୍ଟେସନ ଠାରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିସ୍କୁଟ, ପାଣି ଓ ପୋଷାକ ପତ୍ର ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ମଲ୍ଲିକ, ଲକ୍ଷ୍ମୀ ସାହୁ, ଶ୍ରୀବତ୍ସ ସାମଲ, କଳ୍ପନା ବେହେରା, ଅରୁଣ କୁମାର ସ୍ୱାଇଁ, ଅକ୍ଷୟ ଦାସ, ବିଜୟ କୁମାର ଦାସ, ପ୍ରିୟଙ୍କା ମହାରଣା, ସସ୍ମିତା ପ୍ରଧାନ, ରଶ୍ମିତା ସେନାପତିଙ୍କ ସହ ବାଜି ରାଉତ ଶିକ୍ଷା ନିକେତନ ଓ ଦୀପିକା ଇସ୍ପାତ ଶିକ୍ଷା ସଦନର ସ୍କାଉଟ ଆଣ୍ଡ ଗାଇଡମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post
Next Post