ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ଗାନ୍ଧୀଜୀଙ୍କ ୧୫୬ତମ ଜୟନ୍ତୀ ପାଳନ କରାଯାଇଛି । ଅନୁଷ୍ଠାନର ଆବାହିକା ଭଗବତୀ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ସେ ଥିଲେ ଅହିଂସାର ପ୍ରତୀକ । ଗାନ୍ଧୀଙ୍କ ଶାନ୍ତି ଉଦ୍ଦେଶ୍ୟରେ ବାର୍ତ୍ତା ସମସ୍ତଙ୍କ ପାଇଁ ବ୍ରତ ବୋଲି କୁହାଯାଏ । ହସ୍ତତନ୍ତ, ଚରଖା, ସେ ବ୍ୟବହାର କରିଥିବା ଚପଲ, ଅହିଂସା, ସ୍ୱଦେଶୀ ବସ୍ତୁର ବ୍ୟବହାର, ନଦୀ ଜଳ ସଂରକ୍ଷଣ, ହରିଜନ, ଶିଳ୍ପ, ବାଣିଜ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅରୁଣ କୁମାର ସ୍ୱାଇଁ, ଜଗବନ୍ଧୁ ଦାସ, ପ୍ରଫୁଲ୍ଲ ବାରିକ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କୁ ନିର୍ଭୀକ ଓ ପ୍ରତିବଦ୍ଧତା ପୂର୍ଣ୍ଣ ବ୍ୟକ୍ତିତ୍ଵ ବୋଲି ଅବହିତ କରି ଖଟି ଖାଅ କାଟି ପିନ୍ଧ, ସମୟାନୁବର୍ତ୍ତିତା, ଆଜି ଦିନର ଆବଶ୍ୟକତା, ହରିଶ୍ଚନ୍ଦ୍ର ନାଟକ କିପରି ତାଙ୍କୁ ଅନୁପ୍ରାଣିତ କରିଥିଲା, ଯୁବପିଢିଙ୍କ ସମ୍ମୁଖରେ ଥିବା ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସଂଗ୍ରାମ କିଶୋର ଭୂୟାଁ, ପ୍ରମୋଦ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଆବାହିକା ଭଗବତୀ ଶାନ୍ତି ପାଠ ସହ ରାମଧୂନ ଗାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post