ଆଗଲପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ପାଳିତ

ଆଗଲପୁର : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଆଗଲପୁର ଖଣ୍ଡସ୍ତରୀୟ ଶତବାର୍ଷିକୀ କାର୍ଯ୍ୟକ୍ରମ ଆଗଲପୁର ଜଗନ୍ନାଥ ମନ୍ଦିରର ସାମ୍ନାରେ ପାଳିତ ହୋଇଯାଇଛି । ଖଣ୍ଡ ସଂଘଚାଳକ ଦିଲ୍ଲୀପ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵୟଂସେବକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ମୁଖ୍ୟବକ୍ତା ଭାବେ ପ୍ରାନ୍ତ ଗ୍ରାମ ବିକାଶ ପ୍ରମୁଖ ସ୍ଵପ୍ନେଶ୍ଵର ପଧାନ, ସମ୍ମାନିତ ଅତିଥି ଭାବେ ଆଗଲପୁର ବିଜ୍ଞାନ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ ସିଂଦେଓ ଯୋଗଦାନ କରିଥିଲେ । ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ । ମୁଖ୍ୟ ଅତିଥି ସଂଘର ରାଷ୍ଟ୍ର ସର୍ବୋପରି ନୀତିକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ସଂଘର ଶହେ ବର୍ଷର ଇତିହାସ ସହ ରାଷ୍ଟ୍ର ଗଠନରେ ଏହାର ବଳିଷ୍ଠ ଭୂମିକା ବିଷୟରେ ଆଲୋଚନା କରିଥିଲେ । ସର୍ବ ପ୍ରଥମେ ସଂଘର ଘୋଷବାଦ୍ୟ ସହ ବ୍ଲକର ଉପସ୍ଥିତ ଶତାଧିକ ସ୍ଵୟଂସେବକ ଗ୍ରାମ୍ୟ ପରିକ୍ରମା କରିଥିଲେ । ସବୁଆଡେ ସ୍ଵାଗତ କରାଯାଇଥିଲା । ଅମୃତ ବଚନ ପାଠ କରିଥିଲେ ପ୍ରଣବ ଭୋଇ । ମୁଖ୍ୟ ଶିକ୍ଷକ ରୂପେ ଖଣ୍ଡ ଶାରୀରିକ ପ୍ରମୁଖ ଜ୍ୟୋତିରଂଜନ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.