ବିଜୟୀ ଦଶମୀରେ ମା’ ରାମଚଣ୍ଡୀଙ୍କ ଅପୂର୍ବ ଦର୍ଶନରେ ଭକ୍ତ ବିମୋହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ରେ ଅବସ୍ଥାନ କରିଥିବା ମା’ ରାମଚଣ୍ଡୀଙ୍କ ଷୋଡ଼ଶ ଉପଚାରରେ ଆୟୋଜିତ ଷୋଳଦିନାତ୍ମକ ପୂଜା ସମ୍ଭାର ଇତି ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି । ପବିତ୍ର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପ୍ରସିଦ୍ଧ ଶକ୍ତିପୀଠରେ ବିଧିବଦ୍ଧ ଭାବେ ପାର୍ବଣ ପୂଜା ସମାହିତ ହୋଇଆସିଥିଲା । ଦେବୀଙ୍କ ଶାରଦୀୟ ଦୁର୍ଗାପୂଜାର ବିଶ୍ରାମ ପରେ ଗୁରୁବାର ପବିତ୍ର ବିଜୟା ଦଶମୀ ଅବା ଦଶହରା ଅବସରରେ ଦେବୀଙ୍କ ଠାରେ ସ୍ଵତନ୍ତ୍ର ନୀତିକାନ୍ତି ଏବଂ ପୂଜା ଆରାଧନା ହୋଇଛି । ପ୍ରବଳ ବର୍ଷା, କୋହଲା ପାଗ ଅନୁଭୂତ ହୋଇଥିଲେ ମଧ୍ୟ ଏହାକୁ ଖାତିର ନ କରି ଅଗଣିତ ଭକ୍ତଗଣ ମା’ଙ୍କ ପୀଠକୁ ଆସି ଦେବୀଙ୍କ ଅପୂର୍ବ ସୌନ୍ଦର୍ଯ୍ୟରେ ସୁସଜ୍ଜିତ ବେଶ ଦର୍ଶନ କରି ଭକ୍ତଗଣ ଆତ୍ମବିଭୋର ହୋଇ ଉଠିଛନ୍ତି । ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନେ ଦେବୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି ।

Leave A Reply

Your email address will not be published.