ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲରେ ହେଉଥିବା ୭୪ତମ ସାର୍ବଜନୀକ ଦୁର୍ଗାପୂଜା ନବମୀ ଦିନେରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମା’ଙ୍କ ଦର୍ଶନ କରି ଆସିଥିଲା । ଏନେଇ ପୂଜା କମିଟି, ଉପଦେଷ୍ଟା, ସଦସ୍ୟ ତଥା ଗ୍ରାମବାସୀମାନେ ସ୍ୱାଗତ ଜଣାଇ ପୂଜା ମଣ୍ଡପକୁ ପାଛୋଟି ନେଇଥିଲେ । ପଣ୍ଡିତ ସୁବଳ ପଣ୍ଡା ମାଁ ଠାରେ ପୂଜାର୍ଚ୍ଚନା କରି ଆଶିର୍ବାଦ ପ୍ରଦାନ କରିଥିଲେ । ସେହିପରି ସାର୍ବଜନୀନ ଦୁର୍ଗାପୂଜା ମାଣ୍ଡୋସିଲ କାଦୋଘୁଚା ହେଉଥିବା ଦୁର୍ଗାପୂଜାରେ ଯୋଗଦେଇ ମା’ ଦର୍ଶନ କରିଥିଲେ । ଏନେଇ କମିଟି ପକ୍ଷରୁ ଭବ୍ୟ ସ୍ୱାଗତ କରିଥିଲେ ।