ପାଇକମାଲରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳାରେ ବରିଷ୍ଠ ନାଗରିକ ସଂଘର ସଭାପତି ହାଡୁ ସାହୁଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘରେ ୩୦ ଜଣ ବରିଷ୍ଠ ନାଗରିକ ନୂତନ ଭାବରେ ଯୋଗଦାନ କରିଥିଲେ । ଏହି ସଭା ଉଦ୍ଦେଶ୍ୟ ସମ୍ପାଦକ ଯୁଧିଷ୍ଠିର ସାହୁ ବିବରଣୀ ପଠନ କରିଥିଲେ । ଏଥିରେ ମାନବ ସମାଜରେ ବରିଷ୍ଠ ନାଗରିକମାନେ ପରସ୍ପର ମଧ୍ୟରେ ସଦ୍ଭାବ ଭାତୃଭାବ ରକ୍ଷା କରି ଚାଲିବେ । ବରିଷ୍ଠ ନାଗରିକ ମାନଙ୍କର ଅଧିକାର ସମସ୍ୟା ଉପରେ ମଧ୍ୟ ବିଶେଷ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ମୁଖ୍ୟ ଭାବରେ ବଳରାମ ସାହୁ, ବେଣୁଧର ସାହୁ, ପୁରୁଷୋତ୍ତମ ପ୍ରଧାନ, ତପନ ବଢେଇ, ହେମସାଗର ଭୋଇ, ଜୟଦେବ ବଢେଇ, ସୁବାଷ ଚନ୍ଦ୍ର ସାହୁ, ଭାଗ୍ୟଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତପନ ବଢେଇ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.