ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ନବ କୁମାରୀ ପୂଜନ : ଆସନ୍ତାକାଲି ରାବଣ ପୋଡ଼ି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲରେ ହେଉଥିବା ୭୪ତମ ସାର୍ବଜନୀକ ଦୁର୍ଗାପୂଜାରେ ମଙ୍ଗଳବାର ମା’ଙ୍କ ଅଷ୍ଟମୀ ବିହିତ ପୂଜା, ହୋମ, ଆରତୀ ହୋଇଥିବା ବେଳେ ବୁଧବାର ନବମୀ ବିହିତ ପୂଜା, ନବ କୁମାରୀ ପୂଜନ, ହୋମ ଆରତୀ ହୋଇଯାଇଛି । ଆଜି ସନ୍ଧ୍ୟାରେ ରାବଣ ଦରବାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗୁରୁବାର ବିଜୟା ଦଶମୀ ବିହିତ ପୂଜା, ହୋମ, ଆରତୀ ଓ ପୂର୍ଣ୍ଣାହୁତି ହେବ ଓ ଶୁକ୍ରବାର ଭସାଣୀ ଯାତ୍ରା ହେବ ବୋଲି ଜଣାଯାଇଛି । ପୂଜା କମିଟି, ଉପଦେଷ୍ଟା, ସଦସ୍ୟ ତଥା ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଛନ୍ତି । ଗୁରୁବର ଦଶମୀ ଦିନରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.