ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ଵ ତଥା ଶ୍ରୀମତୀ ସୁବାସିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ପ୍ରାକ୍ତନ ମହାପ୍ରବନ୍ଧକ ସୁରେନ୍ଦ୍ର ନାଥ ଖେସ ମୁଖ୍ୟଅତିଥି ଓ ପାନପୋଷ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗର ପ୍ରାଧ୍ୟାପକ ଡ଼. ମାନସ କୁମାର ମୁଖାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଆମ ପରିବେଶ ଓ ଏହାର ଭବିଷ୍ୟତ ଶୀର୍ଷକ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡ଼. ମୁଖାର୍ଜୀ ତାଙ୍କ ବକ୍ତବ୍ୟରେ ବିଭିନ୍ନ ଉଦାହରଣ ଦେଇ ସୃଷ୍ଟିର ଆରମ୍ଭ ସମୟର ତଥା ପରବର୍ତ୍ତୀ ସମୟରେ ଆବଶ୍ୟକତା ଠାରୁ ଅଧିକ ଅଙ୍ଗାରକାମ୍ଳର ସୃଷ୍ଟି ଓ ଅମ୍ଳଜାନ ହ୍ରାସ ତଥା ପରିବେଶ ସୁରକ୍ଷାରେ ଅବହେଳା ହିଁ ସୁସ୍ଥ ପରିବେଶ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଖେସ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ସମ୍ପ୍ରତି ବିଶ୍ୱ ବିଭିନ୍ନ କାରଣ ପାଇଁ ପରିବେଶକୁ କ୍ଷତି କରିଚାଲିଛି । ଏଥିରୁ ମୁକ୍ତି ପାଇଁ ବ୍ୟାପକ ବୃକ୍ଷରୋପଣ, ବାୟୁମଣ୍ଡଳରେ ପ୍ରଦୁଷଣରେ ହ୍ରାସ ସହ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକା ଅଧ୍ୟାପିକା ପ୍ରଣତି ବେହେରା ଅନ୍ଧାରର ଛାଇ ଶୀର୍ଷକ ଗଳ୍ପ ଏବଂ ଡ଼ଃ. ଜ୍ଞାନରଞ୍ଜନ ମିଶ୍ର ଅନ୍ଧାରର ଛାଇ ଶୀର୍ଷକ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ଉର୍ବଶୀ ଦାସ ଏବଂ ପ୍ରଣତି ବେହେରାଙ୍କ ସଂଯୋଜନାରେ ସଂଯୁକ୍ତା ଦାଶ, ସୁମିତା ସ୍ୱାଇଁ, ଅଶୋକ କୁମାର ପଟ୍ଟନାୟକ, ଗୌତମ ଦାସ, ସୁନୀଲ କୁମାର ମହାନ୍ତି, ମୀନକେତନ ପଶାୟତ, ବ୍ରହ୍ମାନନ୍ଦ ପାଢ଼ୀ, ଉପେନ୍ଦ୍ର କୁମାର ବସ୍ତିଆ, ଦେବେନ୍ଦ୍ର ବଳ, କରୁଣାକର ସାହୁ, ଉର୍ବଶୀ ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ସାବତ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ, ଆବାହକ ଶ୍ରୀ ଆଚାର୍ଯ୍ୟ ଆଲୋଚ୍ୟ ବିଷୟର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରିୟା ପାତ୍ର, ସଂଗ୍ରାମ ପ୍ରିୟ ତନ୍ତୀ, ରବିନ୍ଦ୍ର ଠାକୁର, ଶରତ ସ୍ୱାଇଁ, ହରିହର ଶତପଥୀ, ବିଭୁଦତ୍ତ ବେହେରା, ଶରତ ରାଉତ, କୁଳମଣି ଦାସ, ବସନ୍ତ ମହାରଣା, ଶ୍ରୀକାନ୍ତ ପାଣିଗ୍ରାହୀ, ନିରୁପମା ଚାନ୍ଦ, ନାରାୟଣ ଖଣ୍ଡେଲୱାଲ, ରମେଶ ଚନ୍ଦ୍ର ସାହୁ, ଅଭିଜିତ ଜେନା, କୌଶଲ୍ୟା ମହାରଣା, ଗୀତାଞ୍ଜଳି ମହାରଣା, ରମେଶ ଚନ୍ଦ୍ର ଶତପଥୀ, ସ୍ୱାତୀ ପତି, ସ୍ୱର୍ଣ୍ଣଲତା ଘଡେଇ, ରବୀନ୍ଦ୍ର ଠାକୁର, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।