ବଲାଙ୍ଗିର, (ଦେବାଶିଷ ମିଶ୍ର) : କୌନ୍ ବନେଗା କରୋଡ୍ପତି ଦେଶର ଅନ୍ୟତମ ଲୋକପ୍ରିୟ କାର୍ଯ୍ରକ୍ରମ ଭାବେ ବେଶ ପରିଚିତ । ଏଥିରେ ବଲାଙ୍ଗିର ସାଲେପାଲି ନିବାସୀ କୁମାରୀ ପୂଜା ହଟ୍ସିଟ୍ରେ ପହଂଚିଛନ୍ତି । ଯାହା ଏବେ ବଲାଙ୍ଗିରରେ ଚର୍ଚ୍ଚାର ବିଷୟ ପାଲଟିଛି । କୁମାରୀ ପୂଜା ବଲାଙ୍ଗିରର ଭୀମଭୋଇ ମେଡିକାଲ ଅଡିଓଲୋଜି ବିଭାଗରେ କାର୍ଯ୍ୟରତ ଡା. ଅଭିନିଶ କୁମାରଙ୍କ ଧର୍ମପତ୍ନୀ । ଗତ ସେପ୍ଟେମ୍ବର ୪ ଓ ୫ ତାରିଖରେ ଏହି ଏପିସୋଡ ସୋନି ଟିଭିରେ ପ୍ରସାରିତ ହୋଇଥିଲା । ଏଥିରେ କୁମାରୀ ପୂଜା ହଟ୍ସିଟ୍କୁ ଚୟନ ହେବା ପରେ ୧୨ ରାଉଣ୍ଡ ପର୍ଯ୍ୟନ୍ତ ସଠିକ୍ ଉତ୍ତର ଦେଇ ୧୨.୫ ଲକ୍ଷ ଟଙ୍କା ଜିତିବାକୁ ସକ୍ଷମ ହୋଇଥିଲେ । ତାଙ୍କର ବୁଦ୍ଧିମତାକୁ ମହାନାୟକ ଅମିତାଭ ବଚ୍ଚନ ପ୍ରଶଂସା କରିଥିଲେ । କୁମାରୀ ପୂଜା ତାଙ୍କର ଏହି ସଫଳତା ପାଇଁ ସ୍ୱାମୀ ଓ ପରିବାର ବର୍ଗଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତାଙ୍କର ଏହି ଉପଲବ୍ଧିରେ ଉଭୟ ସ୍ୱାମୀସ୍ତ୍ରୀ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Prev Post
Next Post