• ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବା ଲାଗି ଭାରତ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ର ମନ୍ତ୍ର ନେଇ ସାହସ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି : ଡକ୍ଟର ପି.କେ ମିଶ୍ର
• ଏକଦ୍ରୁତ ବିକଶିତ ଭାରତର ଆକାଂକ୍ଷା ପୂରଣ କରିବା ପାଇଁ ଶାସନ ଢାଞ୍ଚାକୁ ନୂଆ ରୂପ ଦିଆଯାଇଛି : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
• ‘‘ଭାରତ ଆଜି କେବଳ ପରିବର୍ତ୍ତନ ବିଷୟରେ କହୁନାହିଁ, ବରଂ ଏହାକୁ ଗତି, ବ୍ୟାପକତା ଏବଂ ଉଦ୍ଦେଶ୍ୟମାଧ୍ୟମରେପ୍ରମାଣକରୁଛି’’
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଆଜି ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ), ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଛନ୍ତି । ଭାରତର ଅଗ୍ରଣୀ ଆଇଆଇଏମଗୁଡ଼ିକ ମଧ୍ୟରେ ଷଷ୍ଠ ସ୍ଥାନ ହାସଲ କରିଥିବାରୁ ସେ ଶିକ୍ଷାନୁଷ୍ଠାନକୁ ପ୍ରଶଂସା କରିବା ସହିତ ଡିଗ୍ରୀ ହାସଲ କରିଥିବା ସ୍ନାତକୋତ୍ତୋର ଏବଂ ପିଏଚଡି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କର ସଫଳତାରେ ଶିକ୍ଷକ, ମାତାପିତା ଏବଂ ସାଥୀମାନଙ୍କର ସ୍ନେହ, ସହଯୋଗ ଏବଂ ମାର୍ଗଦର୍ଶନ ରହିଥିବା ଡକ୍ଟର ମିଶ୍ର ଉଲ୍ଲେଖ କରିଛନ୍ତି । ତାଙ୍କର ଅଭିଭାଷଣରେ, ବର୍ତ୍ତମାନର ଆର୍ଥିକ ପରିଦୃଶ୍ୟରେ ଦେଖା ଦେଇଥିବା ଜଟିଳତା, କୋଭିଡ ୧୯ ମହାମାରୀ, ବାଣିଜ୍ୟ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଯୁକ୍ତିଗତ ବାଧକ ଭଳି ବିଶ୍ୱସ୍ତରୀୟ ସମସ୍ୟା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବା ଲାଗି ଭାରତ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ର ମନ୍ତ୍ର ନେଇ ସାହସ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି । ଡକ୍ଟର ମିଶ୍ର କହିଛନ୍ତି, ଭାରତ ନବସୃଜନ କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ ରାଷ୍ଟ୍ର ରୂପେ ପରିଣତ ହୋଇଛି । ଏବେ ଦେଶରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ଏବଂ ୧.୯ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି । ଏହା ସହିତ ସରକାର ୧ ଲକ୍ଷ କୋଟି ଟଙ୍କାର ଅନୁସନ୍ଧାନ ଜାତୀୟ ଗବେଷଣା ଫଣ୍ଡ, ଇଣ୍ଡିଆ ଏଆଇମିଶ ଏବଂ ଡିପ୍ ଟେକ୍ ଫଣ୍ଡ ଅଫ୍ ଫଣ୍ଡସର ଶୁଭାରମ୍ଭ କରିଛନ୍ତି । ମାନବ ସମ୍ବଳ ବିକାଶ ଉପରେ ଡକ୍ଟର ମିଶ୍ର କହିଛନ୍ତି ବୈଷୟିକ ଦକ୍ଷତା ଯଥେଷ୍ଟ ନୁହେଁ, ଆଭିମୁଖ୍ୟ, ଦଳଗତ କାର୍ଯ୍ୟ, ମୁକ୍ତଭାବନା, ଆପୋସ ସମ୍ମାନ, ସହୃଦୟତା, ନୈତିକତା, ପାରଦର୍ଶିତା ଏବଂ ନିଷ୍ଠା ମଧ୍ୟ ଜରୁରୀ । ବ୍ୟକ୍ତିଗତ ଦକ୍ଷତା ଅପେକ୍ଷା ଦଳଗତ ଭାବନା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ନିରନ୍ତର ଶିକ୍ଷା ଜାରି ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଜ୍ଞାନ ହିଁ କେବଳ ପରିବର୍ତ୍ତିତ ବିଶ୍ୱ ପାଇଁ ଉପଯୋଗୀ ବୋଲି ସେ କହିଛନ୍ତି । ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରି ଡକ୍ଟର ମିଶ୍ର ୨୦୧୪ଠାରୁ କାର୍ମିକ ପରିଚାଳନାରେ ଆସିଥିବା ରଣନୀତିକ ପରିବର୍ତ୍ତନ ବିଷୟରେ କହିଥିଲେ । ସେ କହିଥିଲେ ଏକବିଂଶ ଶତାବ୍ଦୀର ପ୍ରଶାସନିକ ସେବା ବ୍ୟବସ୍ଥା ଗଠନ କରିବା ଏହାର ଲକ୍ଷ୍ୟ ଥିଲା । ଏଥି ମଧ୍ୟରୁ ଗୋଟିଏ ଥିଲା ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଏବଂ ଭାରତ ସରକାରଙ୍କ ସଚିବ ଭଳି ବରିଷ୍ଠ ପଦବୀ ପାଇଁ ତାଲିକାଭୁକ୍ତ କରାଯିବା ପ୍ରକ୍ରିୟାର ପୁନର୍ବିନ୍ୟାସ । ସେ କହିଥିଲେ ଯେ ସରକାର ୨୦୧୬ରେ ଏକ ବହୁମୁଖୀ ମତାମତ ସଂଗ୍ରହ (ଏମ୍ଏସ୍ଏଫ୍) ବ୍ୟବସ୍ଥା ପ୍ରଚଳନ କରିଥିଲେ । ଏହି ବ୍ୟବସ୍ଥାରେ ବରିଷ୍ଠ, କନିଷ୍ଠ, ସହକର୍ମୀ ଏବଂ ବାହ୍ୟ ଅଂଶୀଦାର ମାନଙ୍କ ଠାରୁ ମୂଲ୍ୟାୟନ ସାମିଲ କରାଯାଇଛି ଯାହା କି ନିଷ୍ପତ୍ତି ଗ୍ରହଣ, ଦାୟିତ୍ୱ, ବିତରଣ, ସକ୍ରିୟତା ଏବଂ ସଚ୍ଚୋଟତା ପାଇଁ ଖ୍ୟାତି ଭଳି ଗୁଣ ଗୁଡ଼ିକର ମୂଲ୍ୟାଙ୍କନ କରିଥାଏ । ଚୟନର ନିରପେକ୍ଷତାରେ ଦୃଢ଼ ବିଶ୍ୱସନୀୟତା ସହିତ ଏହି ସଂସ୍କାର ପ୍ରତିଭା ଭଣ୍ଡାରକୁ ବିସ୍ତାର କରିଛି ବୋଲି ଡକ୍ଟର ମିଶ୍ର କହିଥିଲେ । ଏକଦ୍ରୁତ ବିକଶିତ ଭାରତର ଆକାଂକ୍ଷା ପୂରଣ କରିବା ପାଇଁ ଶାସନ ଢାଞ୍ଚାକୁ ନୂଆ ରୂପ ଦିଆଯାଇଥିବା ସେ ଉଲ୍ଲେଖ କରିଥିଲେ । ସେହିପରି ଗ୍ରୁପ୍ ବି ଏବଂ ସି ପୋଷ୍ଟ ପାଇଁ ବ୍ୟକ୍ତିଗତ ସାକ୍ଷାତକାର ବନ୍ଦ କରାଯିବା ଫଳରେ ପକ୍ଷପାତିତା ହ୍ରାସ ପାଇଥିବା ସେ ମତବ୍ୟକ୍ତ କରିଥିଲେ । ମିଶନ କର୍ମଯୋଗୀ ମାଧ୍ୟମରେ ପ୍ରଶାସନିକ ସେବାର କ୍ଷମତା ବୃଦ୍ଧି କରାଯାଉଛି । ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ ଜରିଆରେ ଏବେ ୩,୩୦୦ ପାଠ୍ୟକ୍ରମ ଉପଲବ୍ଧ ହେଉଛି ଏବଂ ୧.୩ କୋଟିରୁ ଅଧିକ ବ୍ୟବହାରକାରୀ ଏହାର ଲାଭ ପାଇପାରୁଛନ୍ତି ବୋଲି ସେ ଆହୁରି କହିଥିଲେ । ଡକ୍ଟର ମିଶ୍ର ଉଲ୍ଲେଖ କରିଥିଲେ ଯେ ୭୯% କର୍ମଚାରୀ କନିଷ୍ଠ ସ୍ତରର, ଏବଂ ୫୦ଲକ୍ଷରୁ ଅଧିକ ଭୂମିକା-ଆଧାରିତ ପାଠ୍ୟ କ୍ରମ ସମାପ୍ତ କରିଛନ୍ତି । ୧୦୭ଟି ମନ୍ତ୍ରଣାଳୟ/ବିଭାଗ ଏବଂ ସଂଗଠନକୁ ସହାୟତା କରିବା ଏବଂ ତାଲିମ ପ୍ରତିଷ୍ଠାନ ପାଇଁ ଜାତୀୟ ମାନଦଣ୍ଡ ସ୍ଥାପନ କରିବାରେ ଦକ୍ଷତା ବିକାଶ କମିଶନର ଭୂମିକା ବିଷୟରେ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।
ବ୍ୟାପକ ସଂସ୍କାରସମ୍ପର୍କରେ ଅଧିକ ସୂଚନା ଦେଇ ଡକ୍ଟର ମିଶ୍ର କହିଛନ୍ତି, ମିଶନ୍ କର୍ମଯୋଗୀ ସାର୍ବଜନୀନ କ୍ଷେତ୍ରର କ୍ଷମତା ନିର୍ମାଣରେ ଏକ ପରିବର୍ତ୍ତନକାରୀ ଶକ୍ତି ଭାବରେ ଉଭା ହୋଇଛି । ଏହା ରାଜ୍ୟ, ସହରାଞ୍ଚଳ ପ୍ରଶାସନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ ଗୁଡ଼ିକରେ ୩୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ ପ୍ରଶାସନିକ କର୍ମଚାରୀ ଏବଂ ୧ କୋଟିରୁ ଅଧିକ ଅଧିକାରୀଙ୍କ ନିକଟରେ ପହଞ୍ଚିଛି । ୧୦ ଲକ୍ଷରୁ ଅଧିକ ଅଧିକାରୀ ସେବାଭବ ତାଲିମ ପାଇଛନ୍ତି, ଯେତେବେଳେ୧୯୦ରୁ ଅଧିକ ତାଲିମ ପ୍ରତିଷ୍ଠାନକୁ ସ୍ୱୀକୃତିଏବଂସୁଦୃଢ଼ କରାଯାଇଛି । ଡକ୍ଟର ମିଶ୍ର ଏହା ମଧ୍ୟ କହିଛନ୍ତି, ୧୦୦ରୁ ଅଧିକ ମନ୍ତ୍ରଣାଳୟ/ବିଭାଗ ବର୍ତ୍ତମାନ ସମର୍ପିତ କ୍ଷମତା-ନିର୍ମାଣ ୟୁନିଟ୍ ନରିଚାଳନା କରୁଛନ୍ତି, ଯାହା ବ୍ୟକ୍ତିଗତ ଭୂମିକା ଓ କ୍ୟାରିଅର ପର୍ଯ୍ୟାୟ ଅନୁଯାୟୀ ଏଆଇ ଚାଳିତ ବ୍ୟକ୍ତିଗତ ଶିକ୍ଷା ଯୋଜନା ଦ୍ୱାରା ସମର୍ଥିତ । ଏଥିରେ ୨୨ଟି ରାଜ୍ୟ ସାମିଲଓସକ୍ରିୟହେବାସହିତ ଏହିପ୍ଲାଟଫର୍ମ୬୦ରୁ ଅଧିକ ଭାରତୀୟ କେସ୍ ଷ୍ଟଡି ଏବଂ ଜ୍ଞାନକୋଷପୋର୍ଟାଲ୍ମଧ୍ୟହୋଷ୍ଟକରେ ।ଏହାକୁଏଡିବିଓବିଶ୍ୱସ୍ତରୀୟପ୍ରତିଷ୍ଠାନଗୁଡ଼ିକଦ୍ୱାରାପ୍ରଶଂସା କରାଯାଇଛି।
ଡକ୍ଟର ମିଶ୍ର ଶେଷରେ କହିଥିଲେ, ସବୁଠାରୁ ବଡ଼ ପ୍ରତିଷ୍ଠାନ ଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରାଯାଇ ପାରିବ ବୋଲି ଏହି ସଂସ୍କାରଗୁଡ଼ିକ ପ୍ରମାଣିତ କରିଥାଏ । “ଭାରତ ଆଜି କେବଳ ପରିବର୍ତ୍ତନ ବିଷୟରେ କହୁ ନାହିଁ, ବରଂ ଏହା କୁଗତି, ବ୍ୟାପକତା ଏବଂ ଉଦ୍ଦେଶ୍ୟ ମାଧ୍ୟମରେ ପ୍ରମାଣ କରୁଛି । ସେ ସ୍ନାତକ ମାନଙ୍କୁ ସେମାନଙ୍କର ନେତୃତ୍ୱ ଯାତ୍ରାରେ କର୍ମଯୋଗୀର ଭାବନାକୁ ଆଗକୁ ବଢ଼ାଇବାକୁ ଆହ୍ୱାନ କରିଥିଲେ ।