ଭୁବନେଶ୍ୱର : ନିଯୁକ୍ତି ଠକେଇ ଅଭିଯୋଗରେ ଏସ୍ଏସ୍ବି କନେଷ୍ଟବଳକୁ ଗିରଫ କରିଛି ଟ୍ୱିନ ସିଟି କମିଶନରେଟ ପୋଲିସ ବୋଲି ଏକ ବଡ଼ ସୂଚନା ରହିଛି । ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର ଦୁଇ ସହଯୋଗୀ ପବିତ୍ର ମୋହନ ବେହେରା ଓ ଅମିୟ କୁମାର ମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଛି ଟ୍ୱିନ ସିଟି କମିଶନରେଟ ପୋଲିସ । ଅଭିଯୋଗ ଅନୁଯାୟୀ, ପତିତପାବନ ପତି ତାଙ୍କ ସହଯୋଗୀ ପବିତ୍ର ମୋହନ ବେହେରା ମାଧ୍ୟମରେ ସାହୁଙ୍କଠାରୁ ନିଯୁକ୍ତି ଦେବାର ମିଛ ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଟଙ୍କା ଓ ଶିକ୍ଷାଗତ ପ୍ରମାଣପତ୍ର ନେଇଥିଲେ । କିନ୍ତୁ ନିଯୁକ୍ତି ମିଳି ନ ଥିବା ଓ ଟଙ୍କା କିମ୍ବା ପ୍ରମାଣପତ୍ର ଫେରସ୍ତ ନ ହେବାରୁ ସାହୁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏକ ଠକେଇ ମାମାଲା ରୁଜୁ କରି ଏମାନଙ୍ଙ୍କୁ ଗିରଫ କରାଯାିଥିବା ନେଇ ସୂଚନା ରହିଛି ।