ବରଗଡ, (ନିରୋଜ କୁମାର ପାଣୀ) : ବଲାଙ୍ଗିର-ପାଟଣାଗଡ-ହରିଶଙ୍କର- ନୃସିଂହନାଥ -ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କରିଥିବା ଦାବି ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରି ଉତ୍ତର ରଖିଛନ୍ତି । ଏ ପ୍ରସଙ୍ଗରେ ଶ୍ରୀ ପୁରୋହିତଙ୍କ ଦାବିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଦାବିକୁ ତର୍ଜମା କରି କେନ୍ଦ୍ର ସରକାର ନୂତନ ଜାତୀୟ ରାଜପଥ ନିର୍ମାଣ କିମ୍ବା ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ବିକଶିତ କରିଥାନ୍ତି । ଏଥିପାଇଁ କେତେକ ନୀତିନିୟମ ମଧ୍ୟ ରହିଛି । ତେବେ ସାଂସଦ ଶ୍ରୀ ପୁରୋହିତଙ୍କ ଦାବିକୁ ଗୁରୁତର ସହ ନେଇ ସେ ଏହାର ତର୍ଜମା କରି ଯଥାର୍ଥ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରି ତାଙ୍କ ପତ୍ରରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ, ବଲାଙ୍ଗିର -ପାଟଣାଗଡ- ହରିଶଙ୍କର – ନୃସିଂହନାଥ – ପାଇକମାଳ- ନୂଆପଡ଼ା ସଡ଼କପଥକୁ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ କରିବାକୁ ସାଂସଦ ଶ୍ରୀ ପୁରୋହିତ ଦାବି କରିଥିଲେ ।
Next Post