ବଲାଙ୍ଗିର ବନ ବିଭାଗକୁ ବଡ଼ ସଫଳତା : ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକ ସହ ଦୁଇ ଅଭିଯୁକ୍ତକୁ ଧରିଲା

ବଲାଙ୍ଗିର : ବଲାଙ୍ଗିର ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାଟ୍ରୋଲିଂ ସମୟରେ ବିଜାଖମନ ଗ୍ରାମ ନିକଟରେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ କେନ୍ଦୁ କାଠ ବୋଝେଇ ଗୋଟିଏ ଟ୍ରକ (ଡ଼ବ୍ଲ୍ୟୁ ବି ୨୫ଏନ୍‌ ୯୮୮୩) ଜବତ କରିବା ସହ ଘଟଣାସ୍ଥଳରୁ ଦୁଇଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ନେଇ ଜଣାପଡ଼ିଛି । ଜବତ ସାମଗ୍ରୀଗୁଡ଼ିକୁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା । ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.