କେସିଙ୍ଗା, (ପ୍ରୀତେଶ ପଟେଲ) : ବେଶନ ଓ ଫେସନରୁ ମୁକ୍ତ ରହିବା ସହ ସାମାଜିକ କାର୍ୟ୍ୟକ୍ରମ କରିବାଥିଲା ମହାରାଜ ଅଗ୍ରସେନଙ୍କ ବାର୍ତ୍ତା ଓ ଏକ ଇଟ ଏକ ରୂପୟିଆର ମୂଳ ମନ୍ତ୍ର । ଏହି ସୁନ୍ଦର ଚିନ୍ତା ଧାରା ସହିତ ସବୁ କ୍ଷେତ୍ରରେ ସମାଜରେ ବସ ବାସ କରୁଥିବା ଲୋକଙ୍କ ହିତ ପାଇଁ କାମ କରିବାର ଦିଗ ଦର୍ଶନକୁ ଆଖି ଆଗରେ ରଖି ଏବେ ବି ଅଗ୍ରୱାଲ ସମାଜ କାର୍ୟ୍ୟ କରୁଅଛି । ମହାରାଜ ଆଗ୍ରସେନଙ୍କର ୫୧୪୯ ତମ ଜୟନ୍ତୀ ଉପଲକ୍ଷେ ସାରା ଭାରତ ବର୍ଷରେ ଅଗ୍ରଶେନ ଜୟନ୍ତୀ ପାଳନ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ମଧ୍ୟ ଏହି ଜୟନ୍ତୀ ଧୁମଧାମର ସହିତ ପାଳନ କରାଯାଇଛି । ଗତ ୯ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ୨୨ ତାରିଖରେ ସମାପନ ହେବ । ଏହି ଉତ୍ସବ ପରିପ୍ରେକ୍ଷୀରେ ଅଗ୍ରୱାଲ ସମାଜର ଲୋକ ମାନଙ୍କ ମଧ୍ୟରେ ୪୬ଟି ବିଭିନ୍ନ ପ୍ରତିଯୋଗିତା କରାଯିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ।

ପ୍ରତିଯୋଗିତାଗୁଡ଼ିକରେ ଅଗ୍ରୱାଲ ସମାଜର ଶିଶୁ ଠୁ ଆରମ୍ଭ କରି ବୃଦ୍ଧ ଓ ମହିଳା ମାନେ ସମସ୍ତେ ଭାଗ ନେଇଥିବା ବେଳେ ପଡ଼ିଆ କ୍ରିକେଟ, ଫ୍ୟାମିଲି କ୍ରିକେଟ, ଗଲି କ୍ରିକେଟ, ସ୍ଲୋ ସାଇକେଲ ଓ ସ୍କୁଟି ରେସ ,ଲେଖନ ଓ ଅନ୍ତତାକଛରି ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଚାଲିଛି । ଏହା ନାମକୁ ମାତ୍ର ଏକ ପ୍ରତିଯୋଗିତା ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଗ୍ରୱାଲ ସମାଜର ସମସ୍ତଙ୍କୁ ଗୋଟିଏ ଜାଗାରେ ଏକାଠି କରିବା ସହିତ ମହାରାଜ ଅଗ୍ରଶେନ୍ ଜିଙ୍କ ବାର୍ତ୍ତା ଥିଲା ବେଶନ ଓ ଫେଶନରୁ ଦୂରରେ ରହିବା ତାହା ଉପରେ ସମସ୍ତ ଅଗ୍ରାବନ୍ଧୁ ମାନଙ୍କୁ ବୁଝାଇବା ହେଉଛି ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ବୋଲି ମତ ବ୍ୟକ୍ତ କରିଥିଲେ ଅଗ୍ରୱାଲ ସମାଜ କମିଟିର ବରିଷ୍ଠ ଉପଦେଷ୍ଟା ରାମ କୁମାର ଜୈନ । ଆସନ୍ତା ୨୨ ତାରିଖ ଦିନ ଏହି ଜୟନ୍ତୀର ଶେଷ ଦିନ ହେବାକୁ ଥିବା ବେଳେ ଶେଷ ଦିନର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସାଗର ଚରଣ ଦାସ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ରାଜ୍ୟ ସଭାପତି ଶ୍ରୀମତୀ ଅରୁଣା ଅଗ୍ରୱାଲ ଓ ମୁଖ୍ୟବକ୍ତା ଭାବେ ମାରୱାଡ଼ି ଯୁବା ମଞ୍ଚ ଜାତୀୟ କନଭେନର ଶ୍ରୀମତୀ ଅନୁରାଧା ଅଗ୍ରୱାଲ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅଗ୍ରୱାଲ ସଭାର ଅଧକ୍ଷ ପ୍ରବୀଣ ଅଗ୍ରୱାଲ, ମହାସଚିବ ରୋହିତ ଅଗ୍ରୱାଲ, ବରିଷ୍ଠ ଉପଦେଷ୍ଟା ରାମ କୁମାର ଜୈନଙ୍କ ସହିତ ଅନ୍ୟ ଅଗ୍ରବନ୍ଧୁ ମାନେ ଉପସ୍ଥିତ ଥିଲେ ।
