ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : “ଏକ ପେଡ଼ ମା କେ ନାମ ୨.୦” ଅଭିଯାନ ଉପଲକ୍ଷେ ମଙ୍ଗଳବାର ମୁରିବାହାଲ ବ୍ଲକର ହଳଦୀ, ଗଁରେଇ, ମାଳିଶିରା ଏବଂ ଟୁପାଉଡାର ଗ୍ରାମପଞ୍ଚାୟତର ୨୭ଟି ଗ୍ରାମରେ ବିଶାଳ ଫଳ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ଜଣପିଛା ୫ଟି ଲେଖାଏଁ ଚାରା ଦେଇ ସର୍ବ ମୋଟ ୧୦,୦୦୦ ଆମ୍ବ ଏବଂ ଲେମ୍ବୁ ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ବଲାଙ୍ଗିର ଉଦ୍ୟାନ କୃଷି ବିଭାଗ ଏବଂ ଜନମୁକ୍ତି ଅନୁଷ୍ଠାନର ମିଳିତ ଉଦ୍ୟମରେ ଆୟୋଜିତ କରାଯାଇଥିଲା । ଏହି ଅବସରରେ ଉଦ୍ୟାନ କୃଷି ବିଭାଗ, ବଲାଙ୍ଗିରର ଉପନିର୍ଦ୍ଦେଶକ ସୁଦେଶ ଚୌଧୁରୀ, ଟିଟିଲାଗଡ ଏ.ଡି.ଏଚ ଶ୍ରୀୟା ଶାଶ୍ୱତି ଓ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ ଉପସ୍ଥିତ ରହି ମହିଳା ଚାଷୀମାନଙ୍କୁ ଚାରା ବଣ୍ଟନ କରିବା ସହିତ ନିଜେ ଚାରାରୋପଣ କରି ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ଏ.ଏଚ୍.ଓ. ମନବୋଧ ମାଝୀ, ଓଭରସିୟର ରଘୁନାଥ ପଟେଲ, ଏଚ୍.ଇ.ଡବ୍ଲ୍ୟୁ ଯଶୋବନ୍ତ ଭୋଇ, ଉଦ୍ୟାନ କୃଷି ବିଭାଗର କର୍ମଚାରୀ ତଥା ଜନମୁକ୍ତି ଅନୁଷ୍ଠାନର ସମସ୍ତ କର୍ମୀଙ୍କ ସହଯୋଗରେ ଏହି ଅଭିଯାନଟି ସଫଳତାର ସହିତ କରାଯାଇଥିଲା ।
Next Post