ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାରେ ପୁଣି ଜାଲ୍ ସାର୍ଟିଫିକେଟ ମାମଲା । ଦୁଇଦିନ ହେଲା କ୍ରାଇମବ୍ରାଞ୍ଚ ବଲାଙ୍ଗିର ଜିଲାରେ ଡେରା ପକାଇ ବିଭିନ୍ନ ଅଫିସକୁ ଅଫିସ ଯାଇ ନକଲି ସାର୍ଟିଫିକେଟର ଯାଂଚ କରୁଥିଲା । ଆଜି ଏହି ମାମଲାରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ କରି କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଟାଉନ ଥାନାକୁ ଆଣିଥିବା ବେଳେ । ଗିରଫ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲା କେସିଙ୍ଗା ଥାନା କୁଣ୍ଡାବନ୍ଧ ଗାଁର ମଳୟ ଭୋଇ ବୋଲି ଜଣାପଡ଼ିଛି । ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ହାତେଇବା ପାଇଁ ଉଦ୍ୟମ କରିବା ଅଭିଯୋଗରେ ମଳୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ନେଇ ସୂଚନା ରହିଛି ।
Prev Post