ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହି ସ୍ଥିତ ମା’ ଦୁର୍ଗା ଦେବୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଖୁବ ଜାକଜକମରେ ପାଳନ କରିବା ନେଇ ନିଷ୍ପତ୍ତି ହେବା ପରେ ଏହି ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମ୍ୟ କମିଟି ତରଫରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆସନ୍ତା ୨୮ତାରିଖ ଦିନ ଅଧିବାସ ସହିତ କଳସ ଯାତ୍ରା ଅନୁଷ୍ଠିତ ହେବ ଏବଂ ମା’ଙ୍କ ଠାରେ ରୀତିନୀତି ଅନୁସାରେ ସପ୍ତମୀ ପୂଜା ଠାରୁ ଦଶମୀ ଦୁର୍ଗାପୂଜାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଗ୍ରାମ୍ୟ କମିଟି ତରଫରୁ ସ୍ଥିର କରାଯାଇଛି । ନୂଆସାହି ଗ୍ରାମ୍ୟ କମିଟି ଉପଦେଷ୍ଟା ବିଜୟ ଚନ୍ଦ୍ର ଖଣ୍ଡଗିରି, ବିରୁପାକ୍ଷ ଦାଶ, ସତ ଧନୁ ପ୍ରଧାନୀ, ସଭାପତି ଜଳେନ୍ଦ୍ର ପାତ୍ର, ସମ୍ପାଦକ ସୁବ୍ରତ ପ୍ରାଧନୀ, ମନ୍ଦିର ପୂଜାରୀ ବିଭୀଷଣ ପାତ୍ର, ସଂଜୟ ପାତ୍ର, ଜଗନ୍ନାଥ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।