csstore

ଖଗସା ବିଦ୍ୟାଳୟରେ ଏକ ପେଡ୍ ମା’କେ ନାମ୍’ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଖଗସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ‘ଏକ ପେଡ୍ ମା’କେ ନାମ୍’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ନନ୍ଦଙ୍କ ତତ୍ତ୍ବାବଧାନରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦ ବୃକ୍ଷର ଉପକାରିତା ବିଷୟରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ନିଜ ନିଜ ମା’ଙ୍କ ନାଁରେ ଚାରାରୋପଣ କରିଥିଲେ ।କାର୍ୟ୍ୟକ୍ରମ ପରିଚାଳନାରେ ପୀତବାସ ସାହୁ, ଆଶିଷ କୁମ୍ଭାର, ପ୍ରଦ୍ୟୁମ୍ନ ତ୍ରିପାଠୀ, ମହେନ୍ଦ୍ର ବାରିକ, ଦିପ୍ତିରଞ୍ଜନ ମିଶ୍ର,ରେଖାରାନୀ ସରୋନିଆ, ସୌମ୍ୟାସୁରଞ୍ଜନା ନାୟକ, ମମତା ସୁନା, ମୌସୁମୀ ପାତ୍ର, ଶୁଭଲକ୍ଷ୍ମୀ ପରିଡ଼ା, ନିତୁ ସିନ୍ହା, ଅଖିଳ କୁଅଁର, ମନୋଜ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.