କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରିନ୍ଦାବାହିଲି ଠାରେ ବୁଧବାର ସକାଳ ୯ଘଣ୍ଟା ସମୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ପରିବେଶ ବିଭାଗ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନପାଳ ବିଶିକେଶନ କରୁଆଁଙ୍କ ନେତୃତ୍ୱରେ ସ୍ଥାନୀୟ ଏଏନ୍ଆର୍ସିଏ ବୃକ୍ଷରୋପଣ ଠାରେ ସାମୁହିକ ୫୪୦୦ ବୃକ୍ଷ ରୋପଣ କରାଯାଇ “ମା’ ପାଇଁ ଗଛ ଟିଏ” କାର୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଏହି କାର୍ୟକ୍ରମରେ ପଲମ୍ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ନିତ୍ୟାନନ୍ଦ ସାହୁ ମୁଖ୍ୟ ଅତିଥି ଥିବାବେଳେ ସମ୍ମାନିତ ଅଥିତି ଭାବେ ପଲମ୍ ବନ ସୁରକ୍ଷା ସମିତିର ସଭାପତି ସୁବାସ ଯାନୀ ଓ ମହଗାଁ, ଖେତୁପଡ଼ା ପଲମ, ରେନ୍ଦାବହାଲି ସମିତିର ସଭ୍ୟସଭ୍ୟାମାନେ ତଥା ମିଶନ ଶକ୍ତି ଟକର୍ଲାର ସିଆର୍ପି , ଏସ୍ଏଚ୍ଜି ମହିଳା, ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି, ବନବିଭାଗ କଶୃପଡ଼ା ସେକ୍ସନ ବନରକ୍ଷୀ, ପିଏନ୍ଜି ଓ ଦଳପତି ହେମନ୍ତ କୁମାର ସାହୁ ଯୋଗ ଦେଇଥିଲେ । ଉକ୍ତ କାର୍ୟକ୍ରମ ପାଇଁ ବନପାଳ କଶୃପଡ଼ାଙ୍କୁ ଅଞ୍ଚଳବାସୀ ସାଧୁବାଦ୍ ଜଣାଇବା ସହିତ ଅଞ୍ଚଲରେ ଏକ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇପାରିଛି ।