ମୁରିବାହାଲ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ “ଏକ ପେଡ ମା କେ ନାମ” ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ବ୍ଳକସ୍ତରୀୟ “ଏକ ପେଡ଼ ମାଁ କେ ନାମ” ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ନେତୃତ୍ୱରେ ଏବିଇଓ କାନ୍ତାରାମ ଧରୁଆ,ସାଧୁରାମ ପାଣିଗ୍ରାହୀ, ବିଶ୍ଵନାଥ ମେହେର,ବିଘ୍ନେଶ ମେହେର, ରୁପେଶ ଷାଣ୍ଢ, ମନମୋହନ ପଧାନ, ନାରାୟଣ ବେହେରା, ମୁରିବାହାଲ ସଦର ସିଆର୍‌ସିସି ହୃଷିକେଶ ଶିକା, ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ଯୁଧିଷ୍ଠିର ପଧାନଙ୍କ ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଥୟରାଜ ପ୍ରଧାନୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ବଡ଼ଜେନା, ଲିଲି ସାହୁ, ଶିବ ପ୍ରସାଦ ଦୀପ, ନରେନ୍ଦ୍ର କୁମାର ଶତପଥୀ, ଚିନ୍ମୟ କୁମାର ସ୍ୱାଇଁ, ନିରୁପମା ସୁନା, ହର୍ଷିତା ଦାଶ, ଭାରତୀ ନାୟକ, ଝସକେତନ ରାଜହଂସ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉତ୍ସାହ ଭରା ଅଂଶଗ୍ରହଣ ଦ୍ଵାରା ୨୦୦ ଚାରାରୋପଣ କରାଯାଇଥିଲା । ସେହିପରି ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଏକ ପେଡ ମା କେ ନାମ” ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକ ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ରେଞ୍ଜର ଶିବପ୍ରସାଦ ନାୟକ, ବରିଷ୍ଠ ଅଧ୍ୟାପକ ହୃଦାନନ୍ଦ ପୁହାଣ, ରାଧାଶ୍ୟାମ ତ୍ରିପାଠୀ ପ୍ରମୁଖ ସ୍ଵତନ୍ତ୍ର ଅତିଥି ରୂପେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେହିପରି ଚଲକି ପଞ୍ଚାୟତ କର୍ଲା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଖେଳପଡିଆ ଚତୁଃପାର୍ଶ୍ବରେ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରାୟ ୧୨୩ଟି ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚଲକି ସରପଞ୍ଚ ମମତା ପ୍ରଧାନୀ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ, ପରିଚାଳନା କମିଟିର ଦିବ୍ୟରଞ୍ଜନ ବୁଡ଼େକ, ସତ୍ୟନାରାୟଣ ବୁଡ଼େକ, ଛବି ବାଗ, ଶିକ୍ଷକ ଉମେଶ ମାଝୀ, ସୁଧାଂଶୁ ମିଶ୍ର, ବିକାଶ ସାହୁ, ଦିବ୍ୟକାନ୍ତି ଭୁଏ, ବିନୋଦିନୀ ନାୟକ, ଗୋବିନ୍ଦ ବଗର୍ତି, ଦେବାଶିଷ ବାଗ ପ୍ରମୁଖ ନୂତନ ଚାରାରୋପଣ କରିଥିଲେ । ଏହା ପରେ “ମା ପାଇଁ ଗଛ ଟିଏ” ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଭାକାର୍ଯ୍ୟଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ମାନ୍ୟଗଣ୍ୟ ଅତିଥିମାନେ ଗଛର ଉପକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ସଭା ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମେଶ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଏକ ପେଡ୍‌ ମା କେ ନାମ୍‌” ଅନ୍ତର୍ଗତ ଶତାଧିକ ବୃକ୍ଷରୋପଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.