ବଲାଙ୍ଙ୍ଗିର, (କେପିଏନ୍ଏସ୍) : ଆଜି କୃଷ୍ଣଚୂଡା ଇକୋକ୍ଲବ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ଏ ବର୍ଷର ମୁଖ୍ୟ ବିଷୟ “ବିଶ୍ୱସ୍ତରୀୟ କାର୍ଯ୍ୟ ପାଇଁ ବିଜ୍ଞାନ” ବିଷୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ ମୁଖ୍ୟ ସାଧନ କର୍ମୀ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶିକ୍ଷୟିତ୍ରୀ ଅପର୍ଣ୍ଣା ପଟେଲ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ତଥା ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ଅବଗତ କରିଥିଲେ । ଏହି ଅବସରରେ ଓଜୋନ ସ୍ତରର ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ସଭାରେ ଶିକ୍ଷକ ନିଲାମ୍ବର ନନ୍ଦ, ଶିକ୍ଷୟିତ୍ରୀ ମଞ୍ଜରୀ ସୁନା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସାହାଯ୍ୟ କରିଥିଲେ । ଶେଷରେ ଖେଳ ଶିକ୍ଷୟିତ୍ରୀ ଶ୍ରୀମସୂତା ମଲ୍ଲିକ ଧନ୍ୟବାଦ ଦେଇଥିଲେ ।
Prev Post