ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ବିଶ୍ଵ ଓଜୋନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକ ତଥା ସଭା ପରିଚାଳନା କରିଥିଲେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ । ମଞ୍ଚାସୀନ ଥିଲେ ଅଧ୍ୟାପକ ସୋମେଶ ଦତ୍ତ ହୋତା, ବାବୁଲା ନାଏକ ଓ ଯଶୋସ୍ମିତା ବେହେରା । ଅତିଥିମାନେ ଓଜୋନ ସ୍ତରର କ୍ଷୟ ଓ ସୁରକ୍ଷା ଉପରେ ନିଜସ୍ୱ ବକ୍ତବ୍ୟମାନ ବିସ୍ତୃତ ଭାବରେ ପ୍ରଦାନ କରିଥିଲେ । ଓଜୋନ ସ୍ତରର ସୁରକ୍ଷାରେ ଜୀବନ ସୁରକ୍ଷା ଭଳି ମତ ପୋଷଣ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକ ସୋମେଶ ଦତ୍ତ ହୋତା ଧନ୍ୟବାଦ ଦେଇଥିଲେ ।
Prev Post
Next Post