ଅଭିଯୋଗ ଶୁଣାଣୀ ଶିବିର ଆୟୋଜିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲା ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ହତା ମଧ୍ୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଲ୍ଲ ପାୱାର ସଚିନ ପ୍ରକାଶ ଯୋଗଦେଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସି ଥିବା ୭୧ଟି ଅଭିଯୋଗର ଶୁଣାଣୀ କରିଥିଲେ । ତନ୍ମଧ୍ୟରୁ ୪୮ଟି ବ୍ୟକ୍ତିଗତ ଓ ୨୩ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ୧୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ୩୩୮ଜଣଙ୍କୁ ନୂଆଁ ଭତ୍ତା ବଣ୍ଟନର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଶିବିରରେ ଜିଲାସ୍ତରୀୟ ଓ ଜୟପାଟଣା ବ୍ଲକସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ପ୍ରଚାର ପ୍ରସାର ଅଭାବ ଯୋଗୁଁ ଜୟପାଟଣା ବ୍ଲକ ଅଞ୍ଚଳର ଅନେକ ଲୋକ ନିଜ ଅଭିଯୋଗ କରିବା ପାଇଁ ଆସି ପାରିନଥବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.