ବୁଢାରଜା କଲେଜରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

ସଇଁତଲା : ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରମତଲାରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଦ୍ୱିତିକୃଷ୍ଣ ପଧାନ ସଭାପତିତ୍ୱ କରିଥିଲେ । ଅଧ୍ୟାପକ ତଥା ୟୁଥ ରେଡକ୍ରସ କାଉନସେଲର ସୁରେଶ ଚନ୍ଦ୍ର ପଧାନ ଏଥିରେ ପୌାରାହିତ୍ୟ କରି ପ୍ରାଥମିକ ଉପଚାର ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । କଲେଜ ୟୁଥ ରେଡକ୍ରସର ସ୍ୱେଚ୍ଛାସେବୀମାନେ ପ୍ରାଥମିକ ଉପଚାର କିପରି କରାଯାଏ ତାହା ପ୍ରଦର୍ଶିତ କରିଥିଲେ । ଏଠାରେ ଅଧ୍ୟାପକ ଛନ୍ଦାଚରଣ ସେଠ, ଗଣନାଥ ବୁଡ଼େକ ଅଧ୍ୟାପିକା ଲିଳିମା ଚନ୍ଦନ, ରଶ୍ମିତା ବେମାଲ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ସୁନୀଲ କୁମାର୍ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.