csstore

‘ରୋଟାରୀ ରାଷ୍ଟ୍ର ନିର୍ମାତା’ ସମ୍ମାନରେ ୫ ଜଣ ଶିକ୍ଷକ ସମ୍ୱର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ତରଫରୁ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ୫ ଜଣ ଆଦର୍ଶ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ସମ୍ମାନଜନକ ‘ରୋଟାରୀ ରାଷ୍ଟ୍ର ନିର୍ମାତା’ ସମ୍ମାନରେ ରବିବାର ସନ୍ଧ୍ୟାରେ ସମ୍ମାନଶତ କରାଯାଇଛି । ରୋଟାରୀ ସଭାପତି ତଥା ହାଇକୋର୍ଟ ଓକିଲ ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ ଏକ ଆନୁଷ୍ଠାନିକ ସଭା ଆୟୋଜିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସୁନୀଲ କୁମାର ଶତପଥୀ, ଅଜିତ କୁମାର ସେଠୀ, ତ୍ରିନାଥ ସାହୁ ଏବଂ ଶ୍ରୀମତୀ ନମିତା କୁମାରୀ ପଟ୍ଟନାୟଙ୍କ, ଶ୍ରୀମତୀ ଜ୍ୟୋତ୍ସ୍ନା ସେଠୀ ପ୍ରମୁଖ ୫ ଜଣ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ରାଷ୍ଟ୍ର ନିର୍ମାଣରେ ଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନେଇ ରୋଟାରୀ ସଭାମଞ୍ଚରେ ସମ୍ମାନିତ ହୋଇଛନ୍ତି । ମୁଖ୍ୟଅତିଥିଙ୍କ ସମେତ ରୋଟାରୀ ନେତୃବର୍ଗ ପ୍ରମୁଖଙ୍କ ଦ୍ଵାରା ପ୍ରମୁଖ ୫ ଜଣ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ମାନପତ୍ରରେ ସମ୍ବର୍ଦ୍ଧିତ କରାଯାଇଛି । ରୋଟାରୀ କ୍ଲବର ସମ୍ପାଦକ ଡମ୍ବୁରୁଧର ସାହୁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ରୋଟାରୀୟାନ୍ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ରୋଟାରୀୟାନ୍ ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ରୋଟାରୀୟାନ୍ ନିରଞ୍ଜନ ପାତ୍ର, ରୋଟାରୀୟାନ୍ ଡ଼ଃ. ବିମଳ ପ୍ରସାଦ ସାହୁ, ଦ୍ୱାରିକା ପ୍ରସାଦ ପଟ୍ଟନାୟକ, ସୁରଜିତ ସାମନ୍ତ ରାୟ, ସୁଜିତ ପଟ୍ଟନାୟକ, ରୋଟାରୀୟାନ୍ ଏସ. ରେଖା ମହାନ୍ତି, ରୋଟାରୀୟାନ୍ ଏମ୍. ଧନଞ୍ଜୟ ରେଡ୍ଡୀ, ସ୍ୱାଗତିକା ସାମନ୍ତରାୟ, ଇଂ. ରାଜକିଶୋର, ଏମ୍. ବାସୁଦେବ ରାଓ, ଇ. ନାଗେଶ୍ୱର ରାଓଙ୍କ ସମେତ ବହୁ ରୋଟାରୀ ଗଣ୍ୟମାନ୍ୟ ସଭ୍ୟ/ସଭ୍ୟାଗଣ ଯୋଗଦେଇ ବିଭିନ୍ନ ମାପଦଣ୍ଡକୁ ଭିତ୍ତିକରି ସମ୍ମାନିତ କରାଯାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଆଦର୍ଶତା ଉପରେ ଭୂୟସୀ ପ୍ରଶଂସା କରିବା ସାଂଗକୁ ସେମାନଙ୍କ ତ୍ୟାଗ, କାର୍ଯ୍ୟଦକ୍ଷତା ଉପରେ ପ୍ରତିପାଦନ କରିଥିଲେ । ଶେଷରେ ରୋଟାରୀ ସମ୍ପାଦକ ଡମ୍ବରୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.