csstore

ଗୋପାଳପୁର ଟାଟା ଷ୍ଟିଲରେ ୨୦ ହଜାର ନିଯୁକ୍ତି ସୃଷ୍ଟି ପାଇଁ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠରେ ଥିବା ଟାଟା ଷ୍ଟିଲ ସୋସିଆଲ ଇକୋନୋମିକ ଜୋନ ଲିମିଟେଡ଼ ଗୋପାଳପୁର ଶିଳ୍ପ ପାର୍କ ପରିସରରେ ଏସ୍‌.ଆର୍‌.ଏଫ୍‌. ଲିମିଟେଡ଼ର ସୋମବାର ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରରୁ ଆୟୋଜିତ ଭର୍‌ଚୁଆଲ୍ ମାଧ୍ୟମରେ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟି.ଏସ୍‌.ଏସ୍‌.ଇ.ଜେଡ୍.ଏଲ୍.) ଗୋପାଳପୁର ଶିଳ୍ପ ପାର୍କରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଗୋପାଳପୁରର ଜେ.ଏନ୍. ଟାଟା ବୈଷୟିକ ଶିକ୍ଷା କେନ୍ଦ୍ରରେ ଏକ ବର୍ଣ୍ଣାଢ଼୍ୟ ସମାରୋହ ମଧ୍ୟରେ ଆୟୋଜିତ ହୋଇଥିଲା । ଆସିକା ସାଂସଦ ଡ଼ଃ. ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଛତ୍ରପୁରର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁରର ବିଧାୟକ କେ. ଅନୀଲ କୁମାର, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଟାଟା ଷ୍ଟିଲ ତଥା ଏସ୍‌.ଆର୍‌.ଏଫ୍‌. କମ୍ପାନୀସ୍ର ବହୁ ବରିଷ୍ଠ ଅଧିକାରୀଗଣ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଛନ୍ତି । ଏସ୍‌.ଆର୍‌.ଏଫ୍‌. ଲିମିଟେଡ଼ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଆଶିଷ ଭରତ ରାମ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହା ସହ ରାଜ୍ୟର ୧୨ଟି ଜିଲ୍ଲାରେ ୨୭ଟି ଶିଳ୍ପ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଟାଟା ଷ୍ଟିଲ ସୋସିଆଲ ଇକୋନୋମିକ ଜୋନ ଲିମିଟେଡ଼ ଗୋପାଳପୁର ଶିଳ୍ପ ପାର୍କ ପରିସରରେ ୩ଶହ ଏକର ଜମିରେ ପ୍ରାୟ ୧୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ । ଯାହା ଦ୍ୱାରା ପ୍ରାୟ ୨୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି ।

jayashree
Leave A Reply

Your email address will not be published.