ବଲାଙ୍ଗିର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା, ବଲାଙ୍ଗିର (ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ସିଭିଲ କୋର୍ଟ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣ ସଂକ୍ରମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦକିଶୋର ପାଢ଼ୀ, ଭୀମ ଭୋଇ ମେଡିକାଲ କଲେଜର ଡ଼ାକ୍ତର ଅଶ୍ଵିନୀ କୁମାର ମେହେର, ଡାକ୍ତର ନରେଶ ଚନ୍ଦ୍ର ଭାଟି, ଡାକ୍ତର ନମ୍ରତା ଦାସ ଓ ଡାକ୍ତର ସଭ୍ରା ନନ୍ଦ ଏବଂ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଡିପିଏଚ୍‌ଓ ଦିବ୍ୟକିଶୋର ପତି, ଏପିଏମ୍‌ ରାମାନୁଜ ପଣ୍ଡା ଓ ୟୁଡ଼ିଏମ୍‌ ଅନିଲ କୁମାର ମହାକୁର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୧୧୫ରୁ ଅଧିକ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା ।

Leave A Reply

Your email address will not be published.