ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ପଚମାଡି ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ତଥା ସୋନପୁର ଜିଲ୍ଲା ସ୍କାଉଟ୍ କମିଶନର ଦୀନବନ୍ଧୁ ପ୍ରଧାନ ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପଚମାଡ଼ିର ସଂସ୍କୃତି, ଇତିହାସ, ଭୌଗୋଳିକ ପରିସର ତଥା ପଚମାଡ଼ି ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ସଭାରେ ପୂର୍ବତନ ସ୍କାଉଟ୍ କିରଣ କୁମାର ପଟେଲ ପାୱାର ପଏଣ୍ଟ ପ୍ରଦର୍ଶନ କରି ପଚମାଡ଼ି ଦିବସ ଉପରେ ଆଲୋଚନା କରିଥିଲେ । ଖେଳ ଶିକ୍ଷକ ତଥା ସ୍କାଉଟ ମାଷ୍ଟର ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍କାଉଟମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ସ୍ନିଗ୍ଧା ପ୍ରଧାନ, ନିକିତା ଦୀପ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।