ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ନିକଟସ୍ଥ ସୋସାଇଟି ସାର୍ ଗୋଦାମ ନିକଟରେ ଦୁଇଟି ମୁକୁଳା ଟ୍ରାନ୍ସଫର୍ମର ରହିଛି । ଟ୍ରାନ୍ସଫର୍ମର ପରିସର ଅନାବନା ଗଛ ତଥା ଘାସଲତାରେ ପରିପୂର୍ଣ୍ଣ ଥିବାରୁ ବୁଲା ଗାଈଗୋରୁଙ୍କ ପ୍ରତି ବିପଦ ରହିଛି । ଟ୍ରାନ୍ସଫର୍ମର ପରିସରରେ ବାଡ ନଥିବାରୁ ଗାଈଗୋରୁ ଚରିବାକୁ ଗଲେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାର ସମ୍ଭାବନା ରହିଛି । ଏପଟେ ଗାଁରେ କାଳୀପୂଜା ସମୟରେ ସେହି ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଥାଏ । ଏଣୁ ବିଭାଗୀୟ କତ୍ର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ଵରେ ସଫାସୁତୁରା କରି ବାଡ ଦେବାକୁ ଦାବି କରିଛନ୍ତି । ସେହିପରି ଛିନ୍ଦେଇକେଲା ରାମଜୀ ମନ୍ଦିର ସମ୍ମୁଖରେ ମଧ୍ୟ ଟ୍ରାନ୍ସଫର୍ମର ମୁକୁଳା ହୋଇଥିବା ବେଳେ ନିକଟସ୍ଥ ପୋଖରୀ ପଟରେ ଥିବା ଗୋଟିଏ ଟ୍ରାନ୍ସଫର୍ମର ଅନାବନା ଗଛଲତା ଭରିରହିଛି । ବୁଲା ଗାଈଗୋରୁ ଚରିବାକୁ ଗଲେ ବିପଦର ସମ୍ଭାବନା ରହିଛି । ଏଥିପ୍ରତି କତ୍ତ୍ତ୍ରୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବାରୁ ଏଥିପ୍ରତି ଦୃଷ୍ଟି ଦେବି ବୋଲି କହିଛନ୍ତି ।
Prev Post