csstore

ସମ୍ବିଧାନ ସଚେତନତା ସଂଗଠନ ତରଫରୁ ଚାରପାଲି ଠାରେ ପଞ୍ଚାୟତ ସ୍ତରୀୟ ପ୍ରଥମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଚାରପାଲି ଠାରେ ପ୍ରଥମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦାଉଦ କୁଅଁର, ମୁଖ୍ୟବକ୍ତା ବିରଞ୍ଚି ବିଭାର, ସମ୍ମାନିତ ଅତିଥି ଭାବେ ମନମୋହନ ତାଣ୍ଡି, ଯୁବସମ୍ବାଦିକ ଗୋପବନ୍ଧୁ ଶିକା, ବିଦ୍ୟାଧର ତାଣ୍ଡି, ନିହା ରାଜହଂସ, ବ୍ୟାସଦେବ ନାଗ, ଘାସିରାମ କୁମ୍ଭାର, ଦୁବରାଜ ଲୁହାର, ଚନ୍ଦ୍ରମଣି କୁମ୍ଭାର, ସନ୍ତୋଷ ବାରିକ, କେଶବ ହରପାଲ ଯୋଗଦାନ କରି ବୁଦ୍ଧ ଓ ବାବା ସାହେବ ଆମ୍ବେଦକରଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ ପୂର୍ମକ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁଶାନ୍ତ କୁଅଁର ପରିଚାଳନା କରିଥିଲେ । ଅତିଥିମାନେ ନିଜର ବକ୍ତବ୍ୟରେ କହିଥିଲେ ଯେ, ନୂଆଁ ଖାଇ ହେଉଛି କୃଷିଭିତ୍ତିକ ପର୍ବ, ଭାଇଚରା ପର୍ବ । ଏହି ପର୍ବ ସମସ୍ତଙ୍କୁ ଯୋଡୁଥିବା ପର୍ବ ବୋଲି ମତ ରଖିଥିଲେ । ମୁଖ୍ୟଅତିଥି କହିଥିଲେ ଯେ, ସମ୍ବିଧାନର ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ଅଛି । ସମସ୍ତେ ସମ୍ବିଧାନ ପଢିବା କଥା ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ନୂଆଁଖାଇ ପରମ୍ପରା ଉପରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଚାରପାଲି, ଖେମେଡ଼ଖାର, ଜାମଖେର, ଲମ୍ବରଜୁନା, ସିଂହିମୁଣ୍ଡା, କେନ୍ଦୁମୁଣ୍ଡା, ନାଗେନମାଲ, ହଲକାଦାଦର, ଭାଲୁକନା ୯ ଖଣ୍ଡ ଗାଁର ଲୋକ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଭିତରେ ଆମ୍ବେଦକରଙ୍କ ଜୀବନୀ ଉପରେ ବକୃତା ପ୍ରତିଯୋଗିତା, ଡ୍ୟାନ୍ସ, ଗୀତ, ପ୍ରତିଯୋଗିତା ହୋଇଥିଲା । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ର ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ମଣ୍ଟୁ ତାଣ୍ଡି, ଦୀପକ କୁମ୍ଭାର, ମନୋଜ ତାଣ୍ଡି, ଲବ ତାଣ୍ଡି, ସୋନୁ ତାଣ୍ଡି ହରିହର ତାଣ୍ଡି ଅର୍ଜୁନ ତାଣ୍ଡି, ନେହେରୁ କୁମ୍ଭାର, ମୁନୁ ତାଣ୍ଡି ଅନ୍ତର୍ଯ୍ୟାମୀ ତାଣ୍ଡି, ବୀରେନ୍ଦ୍ର ତାଣ୍ଡି, ସୁରଥ କୁମ୍ଭାର, ମିନିକେତନ ତାଣ୍ଡି, ପପୁ ତାଣ୍ଡି ସହଯୋଗ କରିଥିଲେ । ଶେଷରେ ଦୁଷ୍ମନ୍ତ କୁଅଁର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.