
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ଧାଉଡିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଅମୃତ ସରୋବର ପରିସରରେଗିରି ଗୋବର୍ଦ୍ଧନ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦୋଳ ବାଦ୍ୟର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆବାହକ ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ମନ୍ଦିର ଶୀଘ୍ର ନିର୍ମାଣ କରିବା ପାଇଁ ପରାମର୍ଶ ଦେବା ସହ ଆହୁରି ଉନ୍ନତି କରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଯୌବନ ବାଗ, ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼, କପିଲାଭଟା ସରପଞ୍ଚ ତୁଳସେ ଭୋଇ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହିର, ସମିତି ସଭ୍ୟ କେଦାର ଭୋଇ, ସ୍ୱେଚ୍ଛାସେବୀ ପପୁ ଜୁଏଡ଼, ସମାଜସେବୀ ଦୁର୍ଦ୍ଦକ୍ଷ ହଂସ, ବିଜେପି ବରିଷ୍ଠ ନେତା ନରସିଂହ ଥନାପତି, କିଶୋର ମେହେର, ମାଁ ସାହାଜୀ ଯୁବକ ସଂଘର ସଂଯୋଜକ ପୃଥ୍ୱୀରାଜ ବାଗ, ମୁକେଶ ବାଗ, ଯୁବନେତା କୁଶଧ୍ୱଜ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ୧୦ ଲକ୍ଷ ଟଙ୍କା ରେ ଏହି ଭବ୍ୟ ମନ୍ଦିର ନିର୍ମାଣ ହେବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ପାର୍ଥ ହଂସ, ବୀର ହଂସ, ବିଷ୍ଣୁପ୍ରସାଦ ଗହିର, ମନମଥ ହଂସ, ଧର୍ମେନ୍ଦ୍ର ଦାସ, ଦୟାକର ଗହିର, ସନ୍ତୋଷ ହଂସ, ସୁରେନ୍ଦ୍ର ହଂସ, ବ୍ରହ୍ମ ହଂସଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ସହ ଯୋଗ କରିଥିଲେ । ଏଥିରେ ବହୁ ବିଜେପି କାର୍ଯ୍ୟକର୍ତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।