pr

ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ନିଶୁଳ୍କ ସିକଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ନୀଳଚକ୍ର ନଗର ସ୍ଥିତ ସତ୍ୟ ସାଇ ମନ୍ଦିର ଠାରେ ରବିବାର ଦିନ ସକାଳ ୧୦ ଟାରୁ ମଧ୍ୟାହ୍ନ ୨.୩୦ ପର୍ଯ୍ୟନ୍ତ ଏକ ନିଶୁଳ୍କ ସିକ ଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୁବନେଶ୍ୱର ସମ ହସ୍ପିଟାଲର ହେମାଟୋଲୋଜି ଓ ଅଙ୍କୋଲୋଜି ଡାକ୍ତର ହେମଲତା ଦାସ ଆସି ଏହି ରୋଗରେ ପିଡୀତ ଥିବା ରୋଗୀଙ୍କୁ ଦେଖିବା ସହ କିପରି ନିଜର ଯତ୍ନ ନେବେ ସେ ନେଇ ବୁଝେଇବା ସହ ଆଗକୁ କଣ କରିବେ ସେ ଚିକିତ୍ସା ବିଷୟରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ମାତୃ ଶିଶୁ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ ବଳରାମ ସାହୁ , ବଣିକ ସଂଘ ସଭାପତି ସମ୍ଭୁ ପ୍ରସାଦ ଗୋଏଲ ଆସି ଯୋଗ ଦେଇଥିଲେ । ଏହି ଶିବିରରେ ସହର ତଥା ଆଖପାଖ ଅଞ୍ଚଳର ବହୁତ ରୋଗୀ ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଏହି ଶିବିରକୁ ଆସି ସେବା ଯୋଗାଇ ଥିବାରୁ ଡାକ୍ତର ହେମଲତା ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ । ଏହି ଶିବିରକୁ ପରିଚାଳନା କରିବାରେ ସତ୍ୟ ସାଇ ସେବା ସମିତିର ରାଜ୍ୟ ବ୍ଲଡ ଡୋନେଶନ ଇନଚାର୍ଜ ଉମେଶ ବିଶ୍ଵାଳ, ଟିଟିଲାଗଡ଼ ସତ୍ୟ ସାଇ ସେବା ସମିତିର ଜିତେନ୍ଦ୍ର ପଣ୍ଡା, ମାନସ ରଥ, ଅବନୀ ସାହୁ, ଜଗଦୀଶ ବେହେରା, କନଭେନର ଦେବରାଜ ଭୋଇ, ପୂର୍ବତନ ରାଜ୍ୟ ଉପ ସଭାପତି ଡ ରସରାଜ୍ ଠାକୁର, ଜିଲ୍ଲା ସେବା ସଂଯୋଜକ ରମେଶ ମହାକୁର, କ୍ଷୀରୋଦ ପ୍ରସାଦ ସାହୁ, ମହିଳା ସଂଯୋଜୀକା ମାନି ମାଝୀ, ସୁନନ୍ଦା ପାଢ଼ୀ, ପୁଷ୍ପାଞ୍ଜଳି ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.