- ସାଂସ୍କୃତିକ ଜାଗରଣ ମାନସିକ ସ୍ୱାସ୍ଥ୍ୟକୁ ସଜାଡ଼ିବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିକ ସ୍ୱାସ୍ଥ୍ୟ ସାଂସ୍କୃତିକ ଜାଗରଣର ଯଥେଷ୍ଟ ଆବଶ୍ୟକତା ରହିଛି । ଏହାଫଳରେ ସାମାଜିକ ସ୍ୱଚ୍ଛତା ତିଆରି ହୋଇ ପାରିବ ବୋଲି ବରଗଡ ଜିଲ୍ଲା ପଦ୍ମପୁର ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକୋତ୍ସବରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ରାଜାଜୀ ଟାଉନ ହଲରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସ୍ଵତନ୍ତ୍ର ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ, ଅନ୍ୟତମ ସ୍ଵତନ୍ତ୍ର ଅତିଥି ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଯୁବନେତା ପ୍ରିତେଶ କୁମାର ବହିଦାର, ସାହିତ୍ୟିକ ଅଶୋକ କୁମାର ପୁଜାହାରୀ, ବିଦ୍ୟାଳୟ ପରିଚାଳକ ମଞ୍ଜୁଳା ବିଶ୍ଵାଳ, ବିଦ୍ୟାଳୟର ସଂସ୍ଥାପକ ତଥା ସଙ୍ଗୀତ ଗୁରୁ ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରି କଳାକାରଙ୍କୁ ପୁରସ୍କୃତ କରିଥିଲେ । ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁହୁରିଆ ଭିକାରୀ ସୁନାଙ୍କୁ ବୋଡାସମ୍ବର କଲା ସମ୍ମାନ, କଳାକାର ଜାଗୃତି ରଥଙ୍କୁ ସାଂସ୍କୃତିକ ସମ୍ମାନ, ୧୧ଜଣ ଫେଲୋସିଫ୍ ଓ ଛାତ୍ର ବୃତ୍ତି ପାଇଥିବା କଳାକାର, ବିଭିନ୍ନ ପ୍ରତିଯୋଗିତାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବର ପ୍ରାରମ୍ଭରେ ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କ ପୌରହିତ୍ୟରେ ଉଦ୍ଘାଟନୀ ଉତ୍ସବ ଓ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ବିଶିଷ୍ଟ ସଂସ୍କୃତି ଗବେଷକ ସାଲେଗ୍ରାମ ହୋତା, ଏତିହାସିକ ଡ. ଭକ୍ତପୁରନ ସାହୁ, ସାହିତ୍ୟ ଗବେଷକ ଉତ୍ପନ୍ନ ଭୋଇ, ନାଟ୍ୟକାର ଅଶୋକ କୁମାର ବହିଦାର ପ୍ରମୁଖ ଆଲୋଚକ ମାନେ ବିଳୁପ୍ତ ଲୋକକଳା ଶୀର୍ଷକରେ ଆଲୋଚନା କରିଥିଲେ । ଏହି ଅବସରରେ ଡ.ଭକ୍ତ ପୁରନ ସାହୁଙ୍କ ରଚିତ “ବୋଡାସମ୍ବର ଇତିହାସ” ର ତୃତୀୟ ସଙ୍କଳନ ଉନ୍ମୋଚିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଟଙ୍କିକିଆ ସଙ୍ଗୀତ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରମେଶ ଗୁର୍ଲ୍ଲା, ସୋମେଶ ମହାନ୍ତି, ଗଣେଶ ମେହେର, ରାଜକୁମାର ସାହୁ, ତଥା ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା କଲାକାରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସାମିଲ ହୋଇଥିଲେ ।