ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ସଭାପତିତ୍ୱରେ ଷ୍ଟାଟ୍-ଅପ୍ , ଇନୋଭେସନ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଷ୍ଟାଟ୍-ଅପ, ଇନୋଭେସନକୁ ନେଇ ସନ୍ଦର୍ଭ ପ୍ରସ୍ତୁତ କରି ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସଭାରେ ପୁରସ୍କୃତ କରିବା ସହ ଉତ୍ସାହିତ କରାଯାଇଥିଲା । ଆଜକା ସଂଯୋଜକ ନିତ୍ୟାନନ୍ଦ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରମାନଙ୍କୁ ନୂଆ ନୂଆ ଚିନ୍ତାଧାରା ଦ୍ୱାରା ଉଦବୁଦ୍ଧ କରିବା ସହିତ ସୃଜନୀ ଶକ୍ତି ବିକଶିତ କରି କିଭଲି ଜୀବନରେ ଛାତ୍ରଛାତ୍ରୀ ସଫଳ ହେବେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ସଭାଧ୍ୟକ୍ଷ ଶ୍ରୀ ବାରିକ ଛାତ୍ରମାନଙ୍କ ସୃଜନାତ୍ମକ ଶକ୍ତିର ବିକାଶ ହିଁ ଦେଶର ପ୍ରଗତି ବୋଲି କହିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଷ୍ଟାଟ୍-ଅପ୍, ଇନୋଭେସନର ଉଦ୍ଦେଶ୍ୟ ସହ ଛାତ୍ରଛାତ୍ରୀ ଅଧିକ ମାତ୍ରାରେ ଏଥିରେ ସଂଶ୍ଲିଷ୍ଟ ହୋଇ ନିଜ ଜୀବନରେ ପ୍ରୟୋଗ କରି ସଫଳ ହେବା ପାଇଁ ପ୍ରେରଣା ଦେଇଥିଲେ । ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ କୁମାର ଦେ୍ୱାନ, ମୀନା କୁମାରୀ ସାହୁ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀମାନଙ୍କୁ ନୂତନ ଉନ୍ମୋଚନ, ନୂତନ ଭାବନାର ବାର୍ତ୍ତା ପ୍ରଦାନ କରିଥିଲେ । ବିଜୟୀ ଛାତ୍ରୀ ଶ୍ୱେତାରାଣୀ ପଟେଲ , ଛାତ୍ର ସୁରଜ ପ୍ରଧାନ ଓ ସୌମ୍ୟରଞ୍ଜନ ହୋତାଙ୍କୁ ଟ୍ରଫି ସହ ପ୍ରୋତ୍ସାହନ ରାଶି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ଅଧ୍ୟାପିକା ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ସଭାକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ ।
