mahavir

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ତା.୨୪.୦୮.୨୦୨୫ ଜିଲ୍ଲା କମିଟି ଦ୍ୱାରା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଅକ୍ଷୟ କୁମାର ରଣା ସଭାପତିତ୍ୱ କରିଥିଲେ । ପ୍ରଥମେ ଇଷ୍ଟଦେବ ରୁଦ୍ରପାଳ ଓ ରଣେଶ୍ୱରୀଙ୍କ ପୂଜା କରାଯାଇଥିଲା । ଏହା ପରେ ସମାଜର ରିତିନୀତି କିପରି ଶୃଙ୍ଖଳିତ ହୋଇପାରିବ ଏହା ଉପରେ ବ୍ୟାପକ ଆଲୋଚନା କରାଯାଇ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଆଇନ ପରାମର୍ଶଦାତା ଅରୁଣ କୁମାର ରଣା, ଜୋନାଲ ସଭାପତି ବରୁଣ ରଣା, ସତ୍ୟନାରାୟଣ ରଣା, କୃଷ୍ଣଚନ୍ଦ୍ର ରଣା, ଅନାଦି ରଣା, ପ୍ରମୋଦ ରଣା, ଶଶିଭୂଷଣ ରଣା, ନୃପରାଜ ରଣା ତଥା ଲୋଇସିଂହା, ଦେଓଗାଁ, ସଇଁନ୍ତଲା, ଟିଟିଲାଗଡ, ମୁରିବାହାଲ, ବେଲପଡା, ଖପ୍ରାଖୋଲ ବ୍ଲକ ସଭାପତି ସମ୍ପାଦକମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଶତାଧିକ ସମାଜପ୍ରେମୀ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଅନିଲ କୁମାର ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.